ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲା ମୋରଡା ନିର୍ବାଚନ ମଣ୍ଡଳୀର ଶୁଳିଆପଦା ବ୍ଲକରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଷର୍ମା ଙ୍କ ମାରାଥନ ପ୍ରଚାର। ନିର୍ବାଚନୀ ପ୍ରଚାର ଅବସରରେ ପରିବର୍ତ୍ତନ ସ୍ବର ମହିଳା ସମାବେଶ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଆସାମା ମୁଖ୍ୟମନ୍ତ୍ରୀ ସିଧାସଳଖ ରାଜ୍ୟ ସରକାର ଙ୍କ ସହିତ 5T ଅଧ୍ୟକ୍ଷ ପାଣ୍ଡିୟାନ ଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ।
ବ୍ଯକ୍ତବ୍ଯ ରେ କହିଥିଲେ ଯେ ୧୦ ତାରିଖ ଦିନ ଓଡିଶାରେ ଡବଲ୍ ଇଞ୍ଜିନ ସରକାର ହେବାକୁ ଯାଉଛି। ଏଗାର ତାରିଖ ଦିନ ପାଣ୍ଡିଆନ କୁ ତାମିଲନାଡୁ ପଠାଇ ବାର ବ୍ଯବସ୍ଥା କରିବୁ। ଓଡିଶା ରେ ବିଜେପି ସରକାର ଗଠନ ପରେ ଶ୍ରୀ ମନ୍ଦିରର ଚାରି ଦ୍ବାରା ଖୋଲାଯିବ। ଭକ୍ତ ମାନେ ତାଙ୍କ ପ୍ରିୟ ମହାପ୍ରଭୁ ଙ୍କୁ ଦର୍ଶନ କରିବେ। ମଞ୍ଚରେ ଉପସ୍ଥିତ ଥିଲେ ସାଂସଦ ପ୍ରାର୍ଥୀ ନବଚରଣ ମାଝୀ ଙ୍କ ସହିତ ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ମହାପାତ୍ର ଉପସ୍ଥିତ ରହି ସାଧାରଣ ଲୋକଙ୍କୁ ଭୋଟ ଭିକ୍ଷା କରିଥିଲେ।
ଜିଲ୍ଲା ସଭାପତି କାନ୍ଦ୍ରା ସରେନ ମଞ୍ଚ ପରିଚାଳନା କରିଥିଲେ। ଆସାମ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ର ନାରା ଦେଇ ଓଡିଶା ରେ ବିଜେପି ସରକାର ଗଠନ ହେବା ପାଇଁ ମୋରଡା ନିର୍ବାଚନ ମଣ୍ଡଳୀ ଟାଣୁଆ ନେତା କୃଷ୍ଣଚନ୍ଦ୍ର ମହାପାତ୍ର ଙ୍କୁ ପଦ୍ମଫୁଲ ଚିହ୍ନରେ ଭୋଟ ଦେବା ସହିତ ନରେନ୍ଦ୍ର ମୋଦି ଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଜନସାଧାରଣ ଙ୍କୁ ନିବେଦନ କରିଥିଲେ। ପ୍ରବଳ ଗରମ ସତ୍ତ୍ବେ ହଜାର ହଜାର ସଂଖ୍ୟାରେ ଲୋକ ଙ୍କ ଯୋଗଦାନ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ସଭାରୁ ସ୍ପଷ୍ଟ ବାରି ହେଇ ପଡୁଥିଲା ଯେ ମୋରଡା ବାସୀ ପରିବର୍ତ୍ତନ କରିବା ପାଇଁ ବେସ ଉତ୍ସାହିତ ଅଛନ୍ତି।