କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ବାଲେଶ୍ଵର ଗସ୍ତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ବାଲେଶ୍ଵର ଗସ୍ତ |କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଭାଷଣ ବେଳେ ଚେୟାର ଫାଙ୍କା। ଭାଷଣ ଆରମ୍ଭରୁ ପଳେଇଲେ ଲୋକେ। ବାଲେଶ୍ଵର କୁରୁଡା ପଡିଆରେ ଆଜି କଂଗ୍ରେସର ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା।

ସଭା ଆରମ୍ଭର ସମୟ ଥିଲା ପୂର୍ବାହ୍ନ ୧୧। ହେଲେ ବିଳମ୍ବରେ ଆରମ୍ଭ ହୋଇଥିଲା ସଭା। ପ୍ରଥମରୁ ଚେୟାର ଫାଙ୍କା ପଡିଥିଲାବେଳେ ପରେ ସଭାସସ୍ଥଳକୁ ଲୋକ ଆସିବା ଆରମ୍ଭ କରିଥିଲେ। ଲୋକସଭା ପ୍ରାର୍ଥି ଶ୍ରୀକାନ୍ତ ଜେନା, ବରିଷ୍ଠ ନେତା ପ୍ରସାଦ ହରିଚନ୍ଦନ ଓ ଅନ୍ୟ ବରିଷ୍ଠ ନେତା ଅଭିଭାଷଣ ରଖିଥିଲେ। ସେତେବେଳେ ଚେୟାରରେ ଲୋକ ବସିଥିଲେ ମାତ୍ର କିଛି ଚେୟାର ଫାଙ୍କା ପଡିଥିଲା। ଶେଷରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲାକାର୍ଜୁନ ଖଡଗେ ପହଞ୍ଚି ନିଜ ଅଭିଭାଷଣ ରଖିଥିଲେ।

ହେଲେ ସେତେବେଳେ ଲୋକ ଚେୟାରରୁ ଉଠିବା ଆରମ୍ଭ କରିଥିଲେ। ଶ୍ରୀ ଖଡଗେଙ୍କ ଭାଷଣ ଶେଷବେଳକୁ ୯୦ ପ୍ରତିଶତ ଚେୟାର ଫାଙ୍କା ପଡିଥିଲା। କେବଳ ଥିଲେ ନେତା ଓ କିଛି କର୍ମି।ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଗସ୍ତକୁ ନେଇ ଏହି ନିର୍ବାଚନ ସଭା ଆୟୋଜନ କରାଯାଇଥିଲା ବେଳେ ସଭାରେ ଚେୟାର ଫାଙ୍କା ପଡିବା କଂଗ୍ରେସ ପ୍ରତି ଲୋକଙ୍କ ସମର୍ଥନ କିଭିଳି ରହିଛି ଏଥିରୁ ସ୍ପଷ୍ଟ ଜଣାପଡୁଛି।

Comments are closed.