ରାଜଧାନୀ ଦିଲ୍ଲୀର ସର୍ବୋଚ୍ଚ ତାପମାତ୍ରା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସର୍ବକାଳୀନ ରେକର୍ଡ କରିଛି ଦେଶର ରାଜଧାନୀ ଦିଲ୍ଲୀର ସର୍ବୋଚ୍ଚ ତାପମାତ୍ରା। ଆଜି ପ୍ରଥମଥର ପାଇଁ ତାପମାତ୍ରା ୫୨.୩ ଡିଗ୍ରୀ ଛୁଇଁଛି। ପୂର୍ବରୁ ଦିଲ୍ଲୀର କୌଣସି ସ୍ଥାନରେ ତାପମାତ୍ରା କେବେ ହେଲେ ୫୨ ଡିଗ୍ରୀ ପାର କରି ନଥିଲା।  ପାଣିପାଗ ବିଭାଗ ଅନୁଯାୟୀ, ଦିଲ୍ଲୀର ମଙ୍ଗେଶପୁରରେ ୫୨.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ବୁଧବାର ଅପରାହ୍ନ ୨ଟା ୩୦ ସମୟରେ ମଙ୍ଗେଶପୁରରେ ୫୨ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଥିଲା। ବାସ୍ତବରେ ଗତକାଲି ମଧ୍ୟ ଦିଲ୍ଲୀରେ ପ୍ରବଳ ଗରମ ଅନୁଭୂତ ହୋଇଥିଲା |

ଗତକାଲି ଦିଲ୍ଲୀର ତାପମାତ୍ରା ୫୦ ଡିଗ୍ରୀ ସେଲସିୟସରେ ପହଞ୍ଚିଥିଲା। ଅସହ୍ୟ ତାତି ଯୋଗୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାବାଦ ଦିଲ୍ଲୀରେ ବିଜୁଳି ଚାହିଦା ମଧ୍ୟ ସର୍ବକାଳୀନ ରେକର୍ଡ କରିଛି। ହିଟୱେଭ ଯୋଗୁ ବିଜୁଳି ଚାହିଦା ୮,୩୦୨ ମେଗାୱାଟରେ ପହଞ୍ଚି ଯାଇଛି। ତାତିରୁ ରକ୍ଷା ପାଇବା ପାଇଁ ଅଧିକାଂଶ ଲୋକ ଏସିର ବ୍ୟବହାର କରୁଥିବାର ବିଜୁଳି ଖର୍ଚ୍ଚ ବଢ଼ି ଯାଇଥିବା ଜଣାପଡ଼ିଛି। ଗୁରୁବାର ଠାରୁ ଦିଲ୍ଲୀ ଜଳ ବୋର୍ଡର ୨୦୦ଟି ଦଳ ଏହି କାର୍ଯ୍ୟରେ ନିୟୋଜିତ ହେବେ। ବାସ୍ତବରେ ଦିଲ୍ଲୀରେ ପ୍ରଚୁର ଜଳର ଅଭାବ ଦେଖାଦେଇଛି।

ଏଭଳି ପରିସ୍ଥିତିରେ ଜଳର ଅପବ୍ୟବହାର କରୁଥିବା ଦେଖିବାକୁ ମିଳିଲେ ୨୦୦୦ ଟଙ୍କା ଜରିମାନା ଦେବାକୁ ପଡିବ | ସେହିପରି ଦିଲ୍ଲୀରେ ଶ୍ରମିକମାନେ ମଧ୍ୟାହ୍ନ ୧୨ଟାରୁ ୩ଟା ପର୍ଯ୍ୟନ୍ତ କାମ କରିବେ ନାହିଁ ଏବଂ ଏହି ସମୟ ମଧ୍ୟରେ ସେମାନଙ୍କ ଟଙ୍କା କଟାଯିବ ନାହିଁ। ପ୍ରବଳ ଉତ୍ତାପ ଯୋଗୁଁ ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସାକ୍ସେନା ଏହି ନିଷ୍ପତ୍ତି ନେଇଛନ୍ତି। ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ କମ୍ ନହେବା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମା ବଳବତ୍ତର ରହିବ |

Leave A Reply

Your email address will not be published.