ଓଡ଼ିଆ ନ୍ୟୁଜ୍: ରାଜଧାନୀ ଭୁବନେଶ୍ୱରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଘଟଣାରେ ଗୁରୁତର ଆହତ ଯୁବକଙ୍କୁ ମଞ୍ଚେଶ୍ବର ପୋଲିସ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି।
ସୂଚନା ଅନୁସାରେ, ଆକ୍ରମଣକାରୀମାନେ ଯୁବକଙ୍କୁ ଧାରୁଆ ଅସ୍ତ୍ର ସହିତ ଆକ୍ରମଣ କରିଥିଲେ, ଯାହା ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। ଯୁବକଙ୍କ ଦୁଇ ହାତରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି। ତେବେ ଘଟଣାସ୍ଥଳରେ ଚପଲ ସହ ପଡ଼ିଛି ରକ୍ତର ଛିଟା, ପୋଲିସର ଛାନଭିନ୍ କରୁଛି। ପୋଲିସ ଏହି ଘଟଣାକୁ ସଂଘବଦ୍ଧ ଆକ୍ରମଣ ବୋଲି ସନ୍ଦେହ କରୁଛି ଏବଂ ତଦନ୍ତ ଆରମ୍ଭ କରିଛି।