ରାଜ୍ୟ ବିଜେପି ସଭାପତିଙ୍କୁ ବଦ୍ରିଙ୍କ ଚ୍ୟାଲେଞ୍ଜ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର। ତାକତ ଅଛି ତ ବିଜେଡିର ଭାଡି ପୁରା ଖାଲି କରିକି ଦେଖାଅ। ବିଜେଡି ଜନସମ୍ପର୍କ ପଦଯାତ୍ରା ବେଳେ ବିଧାୟକ ବଦ୍ରିନାରାୟଣ ପାତ୍ର ମନମୋହନଙ୍କୁ ଏହି ଚ୍ୟାଲେଞ୍ଜ ଦେଇଛନ୍ତି।

ଗତକାଲି ବିଜେଡି ଜନସମ୍ପର୍କ ପଦଯାତ୍ରାରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ (ବବି) ମୋହନ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିବା ବେଳେ ଆଜି ସମାନ ଢଙ୍ଗରେ ବରିଷ୍ଠ ବିଜେଡି ନେତା ବଦ୍ରି ପାତ୍ର ମଧ୍ୟ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ମଧ୍ୟ କଡ଼ା ଚ୍ୟାଲେଞ୍ଜ ଦେଇଛନ୍ତି। ତାକତ୍ ଅଛିତ ବିଜେଡିର ଭାଡ଼ି ଖାଲି କରି ଦେଖାଅ ବୋଲି ସେ ମନମୋହନଙ୍କୁ ଆହ୍ୱାନ ଦେଇଛନ୍ତି।ଏହି ବୟାନକୁ ନେଇ ବଦ୍ରି କହିଛନ୍ତି ବହୁତ ଲୋକ ଅନେକ କିଛି କଥା କହିବେ, କିଏ କହିଲା ବେଳେ କାହା ମୁହଁ କଣ ବନ୍ଦ କରିହେବ। ଏସବୁ ନିରର୍ଥକ କଥା କହିବାରେ କିଛି ଲାଭ ନାହିଁ।

ବିଜୁ ଜନତା ଦଳ ଏକ ଆଞ୍ଚଳିକ ଦଳ। ଏତେ ବଡ ଦଳକୁ ଶେଷ କରିବା କାହାର ତାକତ ଅଛି। ସୂଚନା ଅନୁସାରେ ଅକ୍ଟୋବର ୧ରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହେବା ପରେ ଯାଜପୁରରେ ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ ମୋହନ ମାଝୀଙ୍କ ସରକାରକୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ। ସେ କହିଥିଲେ ଯାଜପୁରର ବିକାଶ କରି ଯଦି ମୁଁ ଭୁଲ କରିଛି ତା’ହେଲେ ସେଭଳି ଭୁଲ ବାରମ୍ବାର କରିବି। ଯଦି ଦୁର୍ନୀତି କରିଛି ବୋଲି କହୁଛ ତାହେଲେ ବାନ୍ଧୁନ କାହିଁକି। ଏହାସହିତ ଯାଜପୁରରେ ପୁଣି ଥରେ ନେତୃତ୍ୱ ନେବା ସହ ନିର୍ବାଚନ ଲଢିବେ ବୋଲି ପରୋକ୍ଷରେ ସଙ୍କେତ ଦେଇଛନ୍ତି ବବି ଦାସ।

Leave A Reply

Your email address will not be published.