ବାଲେଶ୍ବର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାଲେଶ୍ବର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଆଜି ବିଜେପି ଜିଲ୍ଳା କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ଶ୍ରୀ ଅନିଲ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଓଡ଼ିଶାରେ ଦୀର୍ଘ ୨୪ ବର୍ଷ ଧରି ଚାଷୀ ବିରେଧୀ ନବୀନ ପଟ୍ଟନାୟକ ସରକାରର ଶାସନ କାଳରେ ୧୨ ହଜାର ରୁ ଅଧିକ ଚାଷୀ ଆତ୍ମହତ୍ୟା କରିଛନ୍ତି। ରାଜ୍ୟ ରେ ଚାଷ ଜମି କୁ ଜଲସୋଚିତ କରିପାରିଲେ ନାହିଁ କି ପନିପରିବା ଫସଲକୁ ସୁରକ୍ଷିତ ରଖିବା ପାଇଁ ଶୀତଳ ଭଣ୍ଡାର କରି ପାରିଲେ ନାହିଁ। ରାଜ୍ୟ ରେ ଅଭାବୀ ଧାନ ବିକ୍ରି ଯୋଗୁ ଆଜି ଚାଷୀ ସର୍ବସ୍ୱାନ୍ତ ହୋଇ ଆତ୍ମହତ୍ୟା କରୁଛି। ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦୀ ଜୀ କଂ ୯ ଶାସନ କାଳରେ ଚାଷୀ ମାନଙ୍କ ର ଆୟ କୁ ଦୁଇ ଗୁଣା କରିବା ପାଇଁ କୃଷକ କଲ୍ୟାଣକାରୀ ଯୋଜନା ପ୍ରଣୟନ କରୁଛନ୍ତି। କିନ୍ତୁ ରାଜ୍ୟ ସରକାର ତାହାକୁ ବାଟମାରଣା କରୁଛନ୍ତି। ଏଣୁ ନବୀନ ପଟ୍ଟନାୟକ ସରକାରକୁ ହଟାଇବା ସହିତ ବିଜେପି ସରକାର ରାଜ୍ୟରେ କରିବା ପାଇଁ ଶ୍ରୀ ମହେଶ୍ଵର ସାହୁ ତାଙ୍କର ଭାଷଣରେ କହିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ଜିଲ୍ଳା ସଭାପତି ଶ୍ରୀ ଉମାକାନ୍ତ ମହାପାତ୍ର, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଂପାଦକ ଶ୍ରୀ ବିକ୍ରମ କେଶରୀ ରାଉତରାୟ, ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାପତି ସୁଶ୍ରୀ ମନୀଷା ଚିନ୍ମୟୀ ବେହେରା, କୃଷକମୋର୍ଚ୍ଚା ରାଜ୍ଯ ସଂଯୋଜକ ଶ୍ରୀ ଅଜୟ କୁମାର ସାହୁ ଓ ବିକାଶ କୁମାର ପାଢ଼ୀ, କୃଷକ ମୋର୍ଚ୍ଚା ଜିଲ୍ଲା ପ୍ରଭାରୀ ଶ୍ରୀ ଉପେନ୍ଦ୍ର ରାଉଲ, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଶ୍ରୀ ବୈରାଗୀ ଚରଣ ବେହେରା, ପୂର୍ବତନ ବିଧାୟକ ଶ୍ରୀ ଗୋବିନ୍ଦ ଦାସ, ପୂର୍ବତନ ବିଧାୟକ ଶ୍ରୀ ଜୀବନ ପ୍ରଦୀପ ଦାଶ, ବିଜେପି ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟା ଶ୍ରୀମତୀ ସୋଭନା ମହାନ୍ତି, ବରିଷ୍ଠ ବିଜେପି ନେତା ଶ୍ରୀ ଶ୍ୟାମାପ୍ରସାଦ ବେହେରା, କୈସିକି ଚାନ୍ଦ ପ୍ରମୁଖ କଂ ସମେତ ଶତାଧିକ କାର୍ଯ୍ୟକତା ଯୋଗଦାନ କରିଥିଲେ ।

Leave A Reply

Your email address will not be published.