ସୁସ୍ଥ ହୋଇ ଘରକୁ ଫେରିଲେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ସୁସ୍ଥ ହୋଇ ଏମ୍ସରୁ ଡିସଚାର୍ଜ ହେଲେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ । ଜାନୁଆରୀ ୨ ତାରିଖରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ହଠାତ୍‌ ଅସୁସ୍ଥ ହୋଇପଡ଼ିଥି​ଲେ । ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ଵର ଡାକ୍ତରଖାନାରେ ଆଇସିୟୁରେ ଭର୍ତ୍ତି କରାଯାଥିଲା । ପରେ ଜାନୁଆରୀ ୩ ତାରିଖରେ ତାଙ୍କ ସ୍ଵାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଭୁବନେଶ୍ଵର ଏମସକୁ ସ୍ଥାନାନ୍ତର କରାଯାଇଥିଲା ।

ସାଂସଦଙ୍କୁ ଜ୍ବର, ଥଣ୍ଡା ଓ କାଶ ହୋଇଥିବାରୁ ଡାକ୍ତରଙ୍କୁ ଦେଖାଇଥିଲେ । ଅଧିକ ଜ୍ବର ସହ ଅଧିକ ଅସୁସ୍ଥ ଲାଗିବାରୁ ଫକୀରମୋହନ ମେଡିକଲ କଲେଜ ଓ ହସ୍ପିଟାଲରେ ପହଂଚି ଆଇସିୟୁରେ ଭର୍ତ୍ତି ହୋଇଥିଲେ । ପ୍ରାଥମିକ ପର୍ଯ୍ୟାୟରେ ତାଙ୍କ ଛାତିରେ ସଂକ୍ରମଣ ହୋଇଥିବା କାରଣରୁ ଡାକ୍ତରୀ ଦଳ ନିମୋନିଆ ଲକ୍ଷଣ ଥିବା ଜଣାଇଥିଲେ ଡାକ୍ତର ।

Leave A Reply

Your email address will not be published.