ନବୀନ ନିବାସରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ହକି ଇଣ୍ଡିଆର ଜର୍ସି ଦେଇ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସୌରଭ ଗାଙ୍ଗୁଲି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ବିସିସିଆଇ ସଭାପତି।ବାରବାଟୀରେ ମ୍ୟାଚ ଦେଖିବା ପୂର୍ବରୁ ନବୀନ ନିବାସରେ ପହଞ୍ଚିଥିଲେ ଗାଙ୍ଗୁଲି  । ହକି ଇଣ୍ଡିଆର ଜର୍ସି ଦେଇ ଅତିଥିଙ୍କୁ ସ୍ବାଗତ କରିଛନ୍ତି ନବୀନ  । ବିଶ୍ବସ୍ତରରେ ହକିକୁ ପହଞ୍ଚାଇବା ପାଇଁ ନବୀନଙ୍କ ଉଦ୍ୟମଙ୍କୁ ପ୍ରଶଂସା କରିଛନ୍ତି ଗାଙ୍ଗୁଲି  ।

cm naveen 2

ବାରବାଟୀ ଷ୍ଟାଡିୟମରେ ଭାରତ- ଓ ସାଉଥ ଆଫ୍ରିକା ମଧ୍ୟରେ ଟି-ଟେ୍ଵଣ୍ଟି ମ୍ୟାଚ ପାଇଁ ଓଡ଼ିଶା ଆସିଥିବା ବେଳେ ନବୀନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ଅତ୍ୟନ୍ତ ଆନନ୍ଦଦାୟକ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ଵିଟ ଯୋଗୋ ଜଣାଇଛନ୍ତି। ପୂର୍ବରୁ ଭୁବନେଶ୍ୱରରେ ବିମାନବନ୍ଦର ବିମାନବନ୍ଦରରେ ସୌରଭ ଗାଙ୍ଗୁଲି ପହଞ୍ଚିବା ପରେ ହୋଟେଲ ମେ ଫେୟାର ଯାଇ କିଛି ସମୟ ରହିଥିଲେ। ମୁଖ୍ୟମନ୍ତ୍ରୀ ସହ କିଛି ସମୟ ଚର୍ଚ୍ଚା ପରେ ବାରବାଟୀ ଅଭିମୁଖେ ବାହାରିଛନ୍ତି ଗାଙ୍ଗୁଲି  ।

cm naveen 23

ବିଶ୍ବସ୍ତରରେ ହକିକୁ ପହଞ୍ଚାଇବା ପାଇଁ ନବୀନଙ୍କ ଉଦ୍ୟମଙ୍କୁ ପ୍ରଶଂସା କରିଛନ୍ତି ଗାଙ୍ଗୁଲି। ଏହି ସାକ୍ଷାତ ସମୟରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା,୫ଟି ସଚିବ ଭିକେ ପାଣ୍ଡିଆନ, ପୂର୍ବତନ ଖେଳାଳୀ ଦେବାଶିଷ ମହାନ୍ତି, ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ  ।ଆଜି ବାରବାଟୀରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା । ରୋମାଞ୍ଚକର ମ୍ୟାଚ ଦେଖିବା ପାଇଁ ରାଜଧାନୀ ଭୁବନେଶ୍ବରରେ ପହଞ୍ଚିଛନ୍ତି ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି ।

Leave A Reply

Your email address will not be published.