ଉତ୍କଳ ବିଶ୍ୱବିଦ୍ୟାଳୟ ପରିଜା ପାଠାଗାରକୁ ୧୪ ଘଣ୍ଟା ଖୋଲାଯାଉ, UGC ଓ ଶିକ୍ଷା ମନ୍ତ୍ରଣାଳୟ କୁ ଚିଠି ଲେଖିଲେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପ-ସଭାପତି ଅରୂପ ଶ୍ରୀଚନ୍ଦନ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟ ହେଉଛି ଓଡ଼ିଶାର ସର୍ବ ପୁରାତନ ବିଶ୍ୱବିଦ୍ୟାଳୟ । ଏହି ବିଶ୍ୱବିଦ୍ୟାଳୟରେ ନିଜସ୍ୱ ଶିକ୍ଷା ବ୍ୟବସ୍ଥା ଥିବା ସାଙ୍ଗରେ ଅନ୍ୟ ବହୁ ମହାବିଦ୍ୟାଳୟ ଅନୁବନ୍ଧିତ ଭାବେ ରହିଛନ୍ତି। ଏଠାରେ ୨୭ଟି ସ୍ନାତକୋତ୍ତର ବିଭାଗ ବିଜ୍ଞାନ, କଳା ଓ ବାଣିଜ୍ୟ କ୍ଷେତ୍ରରେ ଶିକ୍ଷାଦାନ କରାଯାଉଛି । ଏହାଛଡା ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଦୂରଶିକ୍ଷା ନିର୍ଦ୍ଦେଶାଳୟ, ଆଇନଶିକ୍ଷା ମହାବିଦ୍ୟାଳୟ ଓ ବହୁ ସେଲ୍ଫ ଫାଇନାନ୍ସ ବିଭାଗ ମଧ୍ୟ ଅଛି । ଏଥିସହିତବିଭିନ୍ନ ସ୍ନାତକୋତ୍ତର ବିଭାଗରେ ପ୍ରାୟ ୩୦୦୦ରୁ ଅଧିକ ଛାତ୍ରଛାତ୍ରୀ ପଢୁଛନ୍ତି।

୧୯୪୩ ମସିହା ନଭେମ୍ବର ୨୭ତାରିଖ ଦିନ ‘ଉତ୍କଳ ବିଶ୍ୱବିଦ୍ୟାଳୟ’ର ପ୍ରତିଷ୍ଠା ହୋଇଥିଲା। ଏହା ପରେ ୧୯୪୬ରେ ବିଶ୍ୱବିଦ୍ୟାଳୟରେ ପାଠାଗାର ପ୍ରତିଷ୍ଠା ହୋଇଥିଲା । ଏହାର ନାମ ସ୍ୱର୍ଗତ ପ୍ରାଣକୃଷ୍ଣ ପରିଜାଙ୍କ ସ୍ମୃତି ଉଦ୍ଦେଶ୍ୟରେ ରଖାଗଲା ପରିଜା ପାଠାଗାର। ବିଭିନ୍ନ ସ୍ନାତକୋତ୍ତର ବିଭାଗ ଅଧୀନରେ ୨୪ଟି ବିଭାଗୀୟ ପାଠାଗାର ରହିଛି। କିନ୍ତୁ ଦୁଃଖର ବିଷୟ ହେଉଛି ଛାତ୍ରଛାତ୍ରୀଙ୍କ ପାଇଁ ଖୋଲାଯାଇଥିବା ଲାଇବ୍ରେରୀ ଦିନ 10ରୁ ଖୋଲା ହୋଇ ସନ୍ଧ୍ୟା ୭ରେ ବନ୍ଦ ହୋଇଥାଏ। ଏଥିସହିତ ଦ୍ୱିତୀୟ ଓ ଚତୁର୍ଥ ଶନିବାରରେ ଲାଇବ୍ରେରୀ ବନ୍ଦ ରହିଥାଏ। ଯାହା ଫଳରେ ଛାତ୍ରଛାତ୍ରୀ ମାନେ ପାଠ ପଢିବା ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ପିଲାମାନଙ୍କର ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଶ୍ୱବିଦ୍ୟାଳୟର କତ୍ତୃପକ୍ଷ ଏଥିପ୍ରତିଦୃଷ୍ଟି ଗୋଚର କରି ନାହାନ୍ତି। ଛାତ୍ରଛାତ୍ରୀ ମାନଙ୍କର ଦାବି ରହିଛି ଯେ ଲାଇବ୍ରେରୀକୁ ୮ ଘଣ୍ଟା ପରିବର୍ତ୍ତେ ୧୪ ଘଣ୍ଟା ଖୋଲାଯାଉ ଓ ପାଠପଢିବା ପାଇଁ ଉପଯୁକ୍ତ ପରିମାଣର ବହିର ବ୍ୟବସ୍ଥା କରାଯାଉ। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ କମିଶନ କୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପ-ସଭାପତି ତଥା ପୂର୍ବତନ ଛାତ୍ର ଅରୂପ ଶ୍ରୀଚନ୍ଦନ ଏକ ପ୍ରସ୍ତାବ ପ୍ରଦାନ କରିଛନ୍ତି ।ଯଥାଶୀଘ୍ର ବିଶ୍ୱବିଦ୍ୟାଳୟ ଅନୁଦାନ କମିଶନ ଏକାଡେମୀ ପ୍ରତି ଦୃଷ୍ଟି ନିକ୍ଷେପ କରି ସମସ୍ୟାର ସମାଧାନ କଲେ ଛାତ୍ରଛାତ୍ରୀ ମାନେ ଉପକୃତ ହେବେ।

Leave A Reply

Your email address will not be published.