ଶପଥ ନେବା ପୂର୍ବରୁ ଲୋକଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ମୋହନ ମାଝୀ। ଆଜି ଶପଥ ନେବା ପୂର୍ବରୁ ସାଧାରଣ ଲୋକଙ୍କ ସହ କଥା ହେଲେ ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ ରାଜଧାନୀରେ ବିଭିନ୍ନ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାକୁ ଯାଉଥିବା ବେଳେ ରାସ୍ତାରେ ଠିଆ ହୋଇଥିବା କିଛି ସାଧାରଣ ଲୋକଙ୍କ ସହ କଥା ହୋଇଛନ୍ତି। ଜଣେ ଗରିବ ମହିଳାଙ୍କ ଦୁଃଖ ଶୁଣିଥିଲେ ମୋହନ ମାଝୀ।

ଖାଲି ସେତିକି ନୁହେଁ କେତେକ ଅଟୋ ଚାଳକଙ୍କ ସହ ମଧ୍ୟ ସେମାନଙ୍କର ସମସ୍ୟା ନେଇ ଆଲୋଚନା କରିଥିଲେ। ଏଣେ ସେ ପରିବହନ ବିଭାଗର ଜଣେ କର୍ମଚରୀଙ୍କ ଅସୁବିଧା ଶୁଣିଥିଲେ। ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଗୋଟିଏ ସରକାର ୨୪ବର୍ଷ ବର୍ଷ ଶାସନରେ ରହିଲା, ଏହାରି ମଧ୍ୟରେ ସାଧାରଣଲୋକଙ୍କ ଅଧିକାଂଶ ସମସ୍ୟା ପୂରଣ ହୋଇଯିବା କଥା। ହେଲେ ତାହା ହୋଇନାହିଁ। ସ୍ପଳ୍ପ ଦରମାରେ ଜଣେ କର୍ମଚାରୀଙ୍କ ପରିବାର ପୋଷଣ କରିବା କଷ୍ଟକର ହୋଇପଡ଼ୁଥିବା ଅଭିଯୋଗ ଆଣିଛନ୍ତି।

ପେଟ ପୂରିବା ପାଇଁ ନୂଆ ସରକାର ଯଦି କିଛି କରିବେ ତାହାହେଲେ ଖୁସି ହେବେ ବୋଲି ଭାଇ ଜଣଙ୍କ ମୋ ପାଖରେ କହିଛନ୍ତି। ସେହି ଭାଇ ଜଣଙ୍କ ମୋଦି ଗ୍ୟାରେଣ୍ଟି ଓ ନୂଆ ସରକାର ଉପରେ ବିଶ୍ୱାସ ରଖିଛନ୍ତି। ଏହି ନୂଆ ସରକାର ମୋଦିଙ୍କ ଗ୍ୟାରେଣ୍ଟିରେ ଯେଉଁମାନଙ୍କର ଅଧା ପେଟ ପୂରି ରହିଛି, ସେମାନଙ୍କର ପୂରା ପେଟ ପୂରାଇବା ପାଇଁ ନିଶ୍ଚିତ ଭାବେ କାର୍ଯ୍ୟକ୍ରମ କରିବ। ପ୍ରଥମେ ୧୦୦ ଦିନର କାର୍ଯ୍ୟକ୍ରମ ରଖାଯିବ, ଗରିବ ଲୋକଙ୍କ ପାଇଁ କାମ ହେବ ବୋଲି ଭାବି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.