ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଂଚଳ ଶ୍ରୀକ୍ଷେତ୍ର । ଘଣ୍ଟ, ଶଙ୍ଖ, ମୃଦଙ୍ଗ ତାଳରେ କମ୍ପୁଛି ବଡଦାଣ୍ଡ। ଲୀଳାମୟ ପୁରୁଷ ଶ୍ରୀଜଗନ୍ନାଥଙ୍କ ଏହି ଗୁଣ୍ଡିଚା ଯାତ୍ରା ଦେଖିବା ପାଇଁ ଲୋକାରଣ୍ୟ ହୋଇ ଉଠିଛି ବଡ଼ଦାଣ୍ଡ। ହରିବୋଲ ହୁଳହୁଳି, ଜୟ ଜଗନ୍ନାଥ ଧ୍ୱନିରେ ଗଗନପବନ ମୁଖରିତ ହୋଇଛି ପୁରୁଷୋତ୍ତମ କ୍ଷେତ୍ର। ଦୁଇ ବର୍ଷ ପରେ ବଡଦାଣ୍ଡରେ ଭକ୍ତ ଓ ଭଗବାନଙ୍କର ହୋଇଛି ମହାମିଳନ।
ତେବେ ପହଣ୍ଡି ବିଜେରେ ଆସି ରଥାରୂଢ ହୋଇସାରିଛନ୍ତି ଚତୁର୍ଦ୍ଧାବିଗ୍ରହ। ପ୍ରଥମେ ରଥାରୂଢ ହୋଇଛନ୍ତି ଶ୍ରୀସୁଦର୍ଶନ। ଏହାପରେ ତାଳଧ୍ଵଜ ରଥରେ ବିରାଜମାନ ହୋଇଛନ୍ତି ବଳଭଦ୍ର। ପରେ ପରେ ଦେବଦଳନ ରଥରେ ବିଜେ କରିଛନ୍ତି ଦେବୀ ସୁଭଦ୍ରା ଓ ଶେଷରେ ରାଥାରୂଢ ହୋଇଛନ୍ତି କାଳିଆ ଠାକୁର।