ଭାରତୀୟ ଖାଦ୍ୟ ବନାଇବା ବେଳେ କେତେ ପ୍ରକାର ମସଲା ବ୍ୟବହାର କରାଯାଇଥାଏ । ଯେଉଁଥି ପାଇଁ ଖାଦ୍ୟର ଭିନ୍ନ ଭିନ୍ନ ସ୍ୱାଦ ଆସି ଥାଏ। ସେଥି ମଧ୍ୟରୁ ଲବଙ୍ଗ ଏକ ଏପରି ମସଲା ଯାହା ସମସ୍ତଙ୍କ ଘରେ ଖାଦ୍ୟ ଠାରୁ ଆରମ୍ଭ କରି ସବୁ ପ୍ରକାରର ଜିନିଷରେ ବ୍ୟବହାର କରାଯାଏ । ଏହାର ସ୍ୱାଦ ଭଲ ହେବା ସହ ଏହା ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ ।
ମାନସିକ ଚାପରୁ ରକ୍ଷା କରେ ଲବଙ୍ଗ;
ଲବଙ୍ଗରେ ଭିଟାମିନ ସି, ଫାଇବର, ମେଙ୍ଗାନିଜ, ଏଣ୍ଟିଅକ୍ସିଡାଣ୍ଟ ଓ ଭିଟାମିନ ରହିଥାଏ । ତେଣୁ ଥଣ୍ଡା ଦିନରେ ବା ମହାମାରୀ କୋଭିଡ ସମୟରେ ଲବଙ୍ଗ ଶରୀର ପାଇଁ ବହୁତ ଲାଭ ଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଲବଙ୍ଗର ଲାଭକାରୀ ଗୁଣ ସମ୍ପର୍କରେ ।
କରୋନା ସମୟରେ କାଶ,ଥଣ୍ଡା ଓ ଜ୍ୱରରୁ ରକ୍ଷା ମଧ୍ୟ ପାଇବା ପାଇଁ ଲବଙ୍ଗ ପାଣି ବହୁତ ସହାୟକ ହୋଇଥାଏ ।ଏହା ସହ ସମସ୍ତ ରୋଗ ସମସ୍ୟା ଦୂର ହୋଇଥାଏ ।ଲବଙ୍ଗ ଆପଣଙ୍କୁ ମାନସିକ ଚାପରୁ ରକ୍ଷା କରିବା ସହ ଦେହରେ ଇନଫ୍ଲାମେଶନ କମ କରିଥାଏ ।ଏଥି ସହିତ ସଂକ୍ରମଣକୁ ରୋକିବାରେ ମଧ୍ୟ ସହାୟକ ହୋଇଥାଏ ।ଯଦି ପ୍ରତିଦିନ ସକାଳୁ ଖାଲି ପେଟରେ ଦୁଇଟି ଲବଙ୍ଗ ଖାଆନ୍ତି ତେବେ କରୋନା ବ୍ୟତୀତ ଅନ୍ୟ ସମସ୍ତ ରୋଗ ଠାରୁ ମଧ୍ୟ ଦୂରରେ ରହିବେ ।
କେମିତି ବନାଇବେ ଲବଙ୍ଗ ପାଣି:
ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ପାଣିରେ ୨ ରୁ ୩ଟି ଲବଙ୍ଗ ପକାଇ ଭଲଭାବେ ଫୁଟାଇ ଦିଅନ୍ତୁ ।୫ ମିନିଟ ଫୁଟିଇବା ପରେ ଏହାକୁ ଥଣ୍ଡା କରନ୍ତୁ ।ଅଳ୍ପ ଉଷୁମ ଥିବା ବେଳେ ଏହାକୁ ପିଅନ୍ତୁ