ଆମ୍ବଚୋପାର ଉପକାରିତା

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ପରିବା କିମ୍ବା ଫଳ କାଟିବା ପୂର୍ବରୁ ପ୍ରଥମେ ଆମେ ତା’ର ଚୋପା ଛଡ଼ାଇ ଥାଉ। ଚୋପାକୁ ଅଦରକାରୀ ଭାବି ଲୋକେ ଫିଙ୍ଗି ଦେଇଥା’ନ୍ତି। ହେଲେ ଜାଣି ଆଶ୍ଚର୍ୟ୍ୟ ହେବେ ଯେ ଫଳ ଓ ପରିବା ଚୋପାରେ ମଧ୍ୟ ପୋଷକ ତତ୍ତ୍ବ ଥାଏ, ଯାହା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ। ଆଜି ଆମେ କହିବୁ ଆମ୍ବ ଚୋପାର ଉପକାରୀତା ବିଷୟରେ। ଫଳରେ ଆଗକୁ ଏହାକୁ ଫୋପାଡ଼ିବା ପରିବର୍ତ୍ତେ ଆପଣ ବ୍ୟବହାର କରିପାରିବେ ଏବଂ ଅନେକ ସ୍ବାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ପାଇପାରିବେ।

ଆମ୍ବ ଚୋପାର ଉପକାରୀତା:

– ଆମ୍ବ ଚୋପାରେ ଆଣ୍ଟିଅକ୍ସିଡାଣ୍ଟ ଓ ଫାଇଟୋନ୍ୟୁଟ୍ରିଏଣ୍ଟ୍‌ସ ଥାଏ, ଯାହା ସ୍ବାସ୍ଥ୍ୟ ପାଇଁ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ହୃତ୍‌ପିଣ୍ଡ ପାଇଁ ଏହା ବହୁତ ଲାଭଦାୟକ।

– ଆମ୍ବ ଚୋପା ଦ୍ବାରା ହୃଦଘାତ ଆଶଙ୍କା ହ୍ରାସ ପାଇଥାଏ। ତେଣୁ ଏହାକୁ ଫିଙ୍ଗିବା ପରିବର୍ତ୍ତେ ଖାଇବା ଉଚିତ। ହୃଦୟ ରୋଗରେ ପୀଡ଼ିତ ବ୍ୟକ୍ତିମାନେ ଏହାକୁ ଖାଇବା ଆଗରୁ ନିଜ ଡାକ୍ତରଙ୍କ ସହ ଥରୁଟିଏ ପରାମର୍ଶ କରିବା ଉଚିତ।

– ଆମ୍ବ ଚୋପାକୁ ମୁହଁରେ ଘସିବା ଦ୍ବାରା ଟ୍ୟାନିଂ ବା ଖରା ଯୋଗୁଁ କଳାପଣ ସମସ୍ୟା ଦୂର ହୋଇଥାଏ ଓ ଚେହେରାରେ ଚମକ୍‌ ଆସିଥାଏ। ଆମ୍ବ ଚୋପା ପେଟ ପାଇଁ ମଧ୍ୟ ଭଲ ହୋଇଥାଏ।

– ଆମ୍ବ ଚୋପାରେ ଫାଇବର ଥାଏ, ଯାହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏଥିରେ ଭିଟାମିନ୍‌ ଏ, ସି ସହ ଆଣ୍ଟିଅକ୍ସିଡାଣ୍ଟର ଗୁଣ ରହିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ।

– ଆପଣ ଆମ୍ବ ଚୋପାରୁ ଖତ ମଧ୍ୟ ତିଆରି କରିପାରିବେ। ଏଥିରେ ଥିବା ଭିଟାମିନ୍ ସି, ଇ, ପଲିଫେନୋଲ୍, କାରୋଟିନଏଡ୍ ଏବଂ ଫାଇବର ଉଦ୍ଭିଦ ପାଇଁ ବହୁତ ଭଲ।

Leave A Reply

Your email address will not be published.