ଭାରତୀୟ ଜନତା ପାର୍ଟି ପକ୍ଷରୁ ସାରସକଣା ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାରତୀୟ ଜନତା ପାର୍ଟି ପକ୍ଷରୁ ସାରସକଣା ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର | ନିର୍ବାଚନୀ ବିଗୁଲ ବାଜିଲାଣି | ତା ସହିତ ସାଧାରଣ ନିର୍ବାଚନ ତାରିଖ ପାଖେଇ ଆସିଲାଣି | ଏହି ପରିପ୍ରେକ୍ଷୀ ସବୁ ଦଳ ପ୍ରଚାର ପ୍ରସାର ଜୋରଦାର କଲେଣି |

ମୋଦୀ ସରକାରଙ୍କ ଗ୍ୟାରେଟି ତଥା ବିଭିନ୍ନ ଯୋଜନା ଦ୍ବାରା ଲୋକେ ଉପୋକୃତ ହେଉଥିବା ଜଣାଯାଇଛି | ଏସବୁ ଲୋକମାନଙ୍କର ହିତକର ଯୋଜନା ହୋଇଥିବାରୁ , ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ଗଠନ ହେବ ବୋଲି ଲୋକେ ଜୋର ଦେଇ କହୁଛନ୍ତି |

ଭାରତୀୟ ଜନତା ପ୍ରାର୍ଥୀ ପକ୍ଷରୁ ସାରସକଣା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାଦବ ହାଁସଦାଃ ଏକ କର୍ମୀ ସମ୍ମିଳନୀରେ ବାମନଘାଟୀ ଉପଖଣ୍ଡ ବିଶୋଇ ବ୍ଲକରେ ଯୋଗ ଦେଇଥିଲେ | ସାରସକଣା ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ ତଥା ପାନୀୟଜଳରେ ଘୋର ଅବ୍ୟବସ୍ଥା ଦେଖାଯାଇଛି , ସେ ଏହାର ବିିହିତ ପଦକ୍ଷେପ ନେବା ପାଇଁ ଚେଷ୍ଟା କରିବେ ବୋଲି ମତବ୍ୟକ୍ତ କରିଥିଲେ | ଏହି ଅବସରରେ ଭାରତୀୟ ଜନତା ପାର୍ଟିର ବହୁ କର୍ମୀ ଉପସ୍ଥିତ ଥିଲେ |

Comments are closed.