ଶପଥ ନେଲେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାଜପା ଏମ୍‌ପି ଭର୍ତ୍ତୃହରି ମହତାବ ସୋମବାର କାମଚଳା ବାଚସ୍ପତି ଭାବେ ଶପଥ ନେଇଛନ୍ତି। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥପାଠ କରାଇଛନ୍ତି। ଲଗାତର ୬ ଥର ବିଜେଡିର ଏମ୍‌ପି ହୋଇଥିବା ବେଳେ ଭର୍ତ୍ତୃହରି ଗତ ନିର୍ବାଚନରେ ଭାଜପାରେ ମିଶି ମଧ୍ୟ ବିଜୟ ଲାଭ କରିଥିଲେ। ଲଗାତର ୭ ଥରର ଏମ୍‌ପି ଭର୍ତ୍ତୃହରି ନବନିର୍ବାଚିତ ଏମ୍‌ପିଙ୍କୁ ଶପଥ ପାଠ କରାଇବେ।

ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ସାଂସଦଙ୍କ ଶପଥପାଠ କାର୍ଯ୍ୟକ୍ରମ ରହିଛି। କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବଙ୍କୁ ରାଷ୍ଟ୍ରପତି ଭବନରେ ଶପଥପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ମୋଦି ଶପଥ ନେବେ, ଏହା ପରେ କାମଚଳା ବାଚସ୍ପତି ସମୁହଙ୍କ ଶପଥ ପାଠ ରହିଛି । ପରେ ପରେ ମନ୍ତ୍ରୀ ପରିଷଦର ସଦସ୍ୟଙ୍କ ଶପଥ ପାଠ ଏବଂ ଶେଷରେ ସାଂସଦ ମାନେ ଶପଥ ନେବେ । ସୂଚନାଯୋଗ୍ୟ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପୁଅ ଭର୍ତ୍ତୁହରି ୧୯୯୮ରୁ ସମ୍ମାନଜନକ କଟକ ସଂସଦୀୟ କ୍ଷେତ୍ରରୁ ପ୍ରତିନିଧିତ୍ୱ କରିଆସୁଛନ୍ତି।

ସେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଲୋକ ସଭାରେ ବିଜେଡିର ଫ୍ଲୋର ନେତା ମଧ୍ୟ ରହିଥିଲେ। ୧୯୯୮ରୁ ୧୯୯୯, ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ ପର୍ଯ୍ୟନ୍ତ ସେ ୬ଥର ଲୋକ ସଭାକୁ ନିର୍ବାଚି ହୋଇଛନ୍ତି। ଏପଟେ ସୂଚନା ଅନୁଯାୟୀ, ଇଣ୍ଡି ମେଣ୍ଟର ନବ ନିର୍ବାଚିତ ସାଂସଦ ଶପଥପାଠ ଉତ୍ସବକୁ ବିରୋଧ କରୁଛନ୍ତି । ଗୃହରେ ପରମ୍ପରା ଭଙ୍ଗାଯାଇଥିବା ଅଭିଯୋଗ କରିଛି କଂଗ୍ରେସ। ୮ ଥରର ସାଂସଦ କଂଗ୍ରେସର କେ.ସୁରେଶଙ୍କ ବଦଳରେ ୭ଥର ସାଂସଦ ହୋଇଥିବା ଭର୍ତ୍ତୃହରି ମହତାବଙ୍କୁ କାମଚଳା ବାଚସ୍ପତି କରାଯାଇଥବାରୁ ପ୍ରଶ୍ନ ଉଠାଇଛି କଂଗ୍ରେସ । ଏହାର ଜବାବ ରଖିଛି ବିଜେପି । 

Leave A Reply

Your email address will not be published.