ସେଲ୍ଫି ନେବା ହେଲା କାଳ; ଚାଲିଗଲା ୨ ଜଣଙ୍କ ଜୀବନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସେଲ୍‌ଫି ନେବା ବେଳେ ପୂର୍ବରୁ ଅନେକଙ୍କ ଜୀବନ ଯାଇଛି। ଏମିତି ଅନେକ ଲୋକ ଅଛନ୍ତି ଯିଏକି ଫଟୋ ଭଲ ଆସିବ ବୋଲି ବିପଦକୁ ଅଣଦେଖା କରନ୍ତି ଓ ଜୀବନ ହରାଇ ବସନ୍ତି। ନିକଟରେ ବି ସେପରି ଏକ ଘଟଣା ଦେଖିବାକୁ ମିଳିଛି।

ଭଲ ସେଲ୍‌ଫି ନେବା ଚକ୍କରରେ ଅକ୍ଳେଶରେ ଦୁଇ ଜଣଙ୍କ ଜୀବନ ଚାଲିଯାଇଛି। ରାୟବରେଲି ଜିଲ୍ଲାରେ ଦୁଇ ଜଣ ନାବାଳକଙ୍କ ପାଇଁ ସେଲ୍ଫି ନେବା କାଳ ହୋଇଛି। ଡଙ୍ଗା ଉପରେ ଠିଆ ହୋଇ ସେଲ୍ଫି ଉଠାଇବା ବେଳେ ଗଙ୍ଗା ନଦୀରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ ତିନି ଜଣ ସାଙ୍ଗ ତୌହିଦ୍ (୧୭), ଫହାଦ୍ (୧୯), ଏବଂ ଶାନ୍ (୧୮) ପାୟାଗପୁର ଗଙ୍ଗା ଘାଟକୁ ଯାଇ ସେଲ୍ଫି ନେବା ପାଇଁ ଡଙ୍ଗାରେ ଚଢ଼ି ଥିଲେ। ତେବେ ଏମାନେ ସେଲ୍ଫି ନେବା ବେଳେ ଡଙ୍ଗାର ଶୀର୍ଷକୁ ଚାଲିଯାଇଥିଲେ।

ଫଳରେ ଭାରସାମ୍ୟ ହରାଇ ଗଙ୍ଗା ନଦୀରେ ବୁଡ଼ି ଯାଇଥିଲେ। ସର୍କଲ ଅଧିକାରୀ ଅରୁଣ କୁମାର କହିଛନ୍ତି ଯେ, “ସେଲଫି କ୍ଲିକ୍ କରିବାବେଳେ ସେମାନେ ଡଙ୍ଗାର ଧାର ଆଡକୁ ଚାଲି ଯାଇଥିଲେ ଏବଂ ଭାରସାମ୍ୟ ହରାଇ ନଦୀର ପ୍ରବଳ ସ୍ରୋତରେ ପଡ଼ି ଯାଇଥିଲେ। ନିଖୋଜ ବାଳକମାନଙ୍କୁ ଖୋଜିବା ପାଇଁ ଲୋକଙ୍କୁ ନିୟୋଜିତ କରାଯାଇଥିଲା ଏବଂ ରବିବାର ଦିନ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାହିଦ୍ ଏବଂ ଶାନଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

Leave A Reply

Your email address will not be published.