ଲିଙ୍ଗରାଜ ମନ୍ଦିରରେ ପ୍ରବେଶ କଲେ ଅଣହିନ୍ଦୁ

0

ଓଡ଼ିଆ ନ୍ୟୁଜ୍: ଲିଙ୍ଗରାଜ ମନ୍ଦିରରେ ପ୍ରବେଶ କଲେ ଅଣହିନ୍ଦୁ । ମନ୍ଦିର ଭିତରେ ଜଣେ ଅଣହିନ୍ଦୁ ପ୍ରବେଶ କରିଥିବା ଚିହ୍ନଟ କରିଥିବା ଦେଖିବାକୁ ମିଳିଛି । ଅଣହିନ୍ଦୁ ଜଣଙ୍କୁ ପୋଲିସ ଓ ମନ୍ଦିର କର୍ମଚାରୀ ଦେଖିବାକୁ ପାଇଥିଲେ । ପରେ ଏନେଇ ମନ୍ଦିର ସୁପରଭାଇଜରଙ୍କୁ ଅବଗତ କରାଯାଇଥିଲା । ମନ୍ଦିରରେ ଅଣହିନ୍ଦୁ ପ୍ରବେଶ କରିଥିବାରୁ ବଡ଼ ଦୋଖାଳ ନୀତି କରାଯାଇଥିଲା ।

ଚୂନ ପାଣି ପକାଯାଇ ମନ୍ଦିରକୁ ଶୁଦ୍ଧି କରାଯାଇଥିଲା । ମନ୍ଦିର ଶୁଦ୍ଧି ପାଇଁ ଦିନ ୧୨ଟାରୁ ନୀତି ବନ୍ଦ କରାଯାଇଥିଲା ।ମନ୍ଦିରକୁ ଶୁଦ୍ଧି କରାଯିବା ପରେ ନୀତିକାନ୍ତି ଆରମ୍ଭ ହେଇଛି ।ତେବେ ଲିଙ୍ଗରାଜ ମନ୍ଦିରରେ ଅଣହିନ୍ଦୁ ପ୍ରବେଶ କରିବାର ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଅନେକ ଥର ମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ କରିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.