ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମାସର ପ୍ରଥମ ଦିନରେ ବର୍ଷାରେ ଭିଜିଛି ଟ୍ବିନ୍ ସିଟି କଟକ-ଭୁବନେଶ୍ୱର। ସକାଳୁ ସକାଳୁ ଏହି ଦୁଇ ସହରରେ ପ୍ରବଳ ବର୍ଷା ହୋଇଛି। ଫଳରେ ଜନଜୀବନ ବ୍ୟାହତ ହୋଇପଡ଼ିଛି। ଭୋର୍ରୁ ପାଗ ଭଲ ଥିବାବେଳେ ହଠାତ୍ ବର୍ଷା ଆରମ୍ଭ ହୋଇଛି। ଏବେ ବି ବର୍ଷା ଜାରି ରହିଛି। ଫଳରେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି।
ଆସନ୍ତା ୩ ଘଣ୍ଟା ପାଇଁ ଖୋର୍ଦ୍ଧା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ସୂଚନା ମୁତାବକ, ଆଜି ସକାଳେ କଟକ ଓ ଭୁବନେଶ୍ୱରରେ ମେଘୁଆ ପାଗ ଲାଗିରହି ଥିଲା। ପରେ ପରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା। ଆସନ୍ତା ୩ ଘଣ୍ଟା ପାଇଁ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ହେବ।
ଏଥିପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୩ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଭୋରୁ ଝିପି ଝିପି ବର୍ଷା ଆରମ୍ଭ ହୋଇଛି। ମଧ୍ୟାହ୍ନ ପରଠାରୁ ବର୍ଷା ପରିମାଣ ବଢ଼ିବ ବୋଲି ଆକଳନ କରାଯାଇଥିବାବେଳେ ରାସ୍ତାଘାଟରେ ଯାନବାହନ ଚଳାଚଳ ଏକପ୍ରକାର କମ ଦେଖିବାକୁ ମିଳିଛି। ଭୁବନେଶ୍ବର ସମେତ ଖୋର୍ଦ୍ଧାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।
Comments are closed.