ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡାକୁ ଉଡିଲା ବିମାନ, ରାଜ୍ୟ ସରକାରଙ୍କ ନିଜସ୍ୱ ଖର୍ଚ୍ଚରେ କାର୍ଯ୍ୟକ୍ଷମ ହୋଇଛି ଏୟାରଷ୍ଟ୍ରିପ୍‌

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡାକୁ ଉଡିଲା ବିମାନ। ଭୁବନେଶ୍ୱର ବିମାନବନ୍ଦରରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାରଙ୍କ ନିଜସ୍ୱ ଖର୍ଚ୍ଚରେ କାର୍ଯ୍ୟକ୍ଷମ ହୋଇଛି ଗଞ୍ଜାମ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ । ପ୍ରାଥମିକ ପର୍ଯ୍ୟାୟରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ରୁ ଏମ୍‌ ଏସ୍‌ ଇଣ୍ଡିଆ ୱାନ୍‌ ଏୟାରର ୯ ସିଟ୍‌ ବିଶିଷ୍ଟ ବିମାନ ଉଡ଼ାଣ ଆରମ୍ଭ ହୋଇଛି । ସପ୍ତାହକୁ ଦୁଇ ଦିନ ଭୁବନେଶ୍ୱରକୁ ରଙ୍ଗେଇଲୁଣ୍ଡା ବିମାନ ଚଳାଚଳ କରିବ । ଫଳରେ ଯାତ୍ରା ସମୟ ୧ ଘଣ୍ଟା ହ୍ରାସ ପାଇବ। ଲୋକଙ୍କ ଚାହିଦା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ବିମାନ ଘାଟିର ଭୂତ୍ତିଭୂମି ବଢ଼ିବା ପରେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ଅଧିକ ବିମାନ ଚଳାଚଳ ଓ ସିଟ୍‌ ସଂଖ୍ୟା ବୃଦ୍ଧି ନେଇ ନିଷ୍ପତ୍ତି ନିଆଯିବ ।

ଚିଲିକା ହ୍ରଦ, ଚାମପରା ହ୍ରଦ, ଗୋପାଳପୁର ବିଚ୍‌, ଋଷିକୂଲ୍ୟା ନଦୀ ଓ ତାରାତାରିଣୀ ମନ୍ଦିର ଇତ୍ୟାଦି ଆକର୍ଷଣୀୟ ସ୍ଥାନ ଓ ପର୍ଯ୍ୟଟନ ସ୍ଥଳର ଉପସ୍ଥିତି ରଙ୍ଗେଇଲୁଣ୍ଡାରେ ବିମାନ ସଂଯୋଗ ପରେ ଅନେକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ। ପୂର୍ବରୁ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପକୁ କେବଳ ଅତିଥି ମାନଙ୍କ ଆଗମନ ସମୟରେ ବିମାନ ଚଳାଚଳ ପାଇଁ ବ୍ୟବହାର କରାଯାଉଥିଲା। ମୁଖ୍ୟମନ୍ତ୍ରୀ ସର୍ବଦା ଓଡ଼ିଶାର ପ୍ରତି କୋଣ ଅନୁକୋଣର ପରିବରତ୍ତନ ଏବଂ ବିକାଶ ଉପରେ ଗୁରୁତ୍ୱାରୋପ କରୁଛନ୍ତି।

Leave A Reply

Your email address will not be published.