ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପାଟଣାଗଡ଼ ଥାନା ଅନ୍ତର୍ଗତ ଡୁମେର ପଦର ଗାଁ ଗ୍ରାମରଖି ଗୋବିନ୍ଦ କୁମ୍ଭାର ଙ୍କ ଘରୁ ଜଣେ ବିବାହିତ ଯୁବକଙ୍କର ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ମୃତ ଜୁବକ ଜଣକ ହେଲେ ଡୁମେରପଦର ଗାଁର ଲଳିତ ବେହେରା ଙ୍କ ପୁଅ ଦିପକ (୨୫) ଅପରପକ୍ଷରେ ଦୀପକକୁ ନିସ୍ତୁକ ମାଡ ମାରି ହତ୍ୟା ପରେ ଗ୍ରାମରଖିଙ୍କ ଘରେ ଝୁଲାଇ ଦିଆଯାଇଥିବା ମୃତକଙ୍କ ପରିବାର ବର୍ଗ ଅଭିଯୋଗ କରିଛନ୍ତି ।
ମୃତକ ଙ୍କ ପରିବାର ବର୍ଗଙ୍କ ଅଭିଯୋଗ ଅନୁଯାୟୀ ଦୁଇବର୍ଷ ପୂର୍ବେ ନିଜ ଧର୍ମ ପତ୍ନୀ ଙ୍କୁ ହତ୍ୟା ଅଭିଯୋଗରେ ଶାଶୁ ଘରଲୋକଙ୍କ ଅଭିଯୋଗ ଆଧାରରେ ଦୀପକ ଜେଲ ଜାଇ ବର୍ଷେ ଆଗରୁ ଜାମିନରେ ଆସିଥିଲେ । ଜେଲ୍ ଜିବା ପୁର୍ବରୁ ଗ୍ରାମରଖିଙ୍କ ଝିଅଙ୍କ ସହିତ ତାଙ୍କ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଏହି କିଛି ଦିନ ପୂର୍ବରୁ ଗ୍ରାମରଖିଙ୍କ ଝିଅକୁ ନେଇ ଦୀପକତାଙ୍କଜଣେ ସମ୍ପର୍କୀୟ ଭଉଣି ଘରେ ରହୁଥିଲେ।
ଗ୍ରାମରଖିଙ୍କ ପରିବାର ଦିପକ ଓ ତାଙ୍କ ଝିଅକୁ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରୁଥିଲେ । କୌଣସି ସୂତ୍ରରୁ ଖବର ପାଇ ସେମାନେ ଦିପକ ଙ୍କ ସମ୍ପର୍କୀୟ ଭଉଣି ଘରେ ପହଞ୍ଚି ଥିଲେ । ଦୀପକ ସେମାନଙ୍କୁ ଦେଖି ଜୀବନ ବିକଲରେ ତାଙ୍କ ସହିତ ଜାଇଥିବା ଝିଅକୁ ଏକ ବାଇକ ଧରି ଗ୍ରାମରଖିଙ୍କ ଘରେ ପହଞ୍ଚି ଥିଲେ । ଗ୍ରାମରଖି ଙ୍କ ପତ୍ନୀ ତାଙ୍କ ଝିଅକୁ ନେଇ ଗତକାଲି ସନ୍ଧ୍ୟାସମୟରେ ଥାନାକୁ ଆସି ଦୀପକ ତାଙ୍କ ଝିଅକୁ ସାରିରିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ଆଣିଥିଲେ । ଏପରିକି ବଲାଙ୍ଗୀର ଅଞ୍ଚଳର ଜଣେ ଭଦ୍ର ମହିଲା ମଧ୍ୟ ଗତକାଲି ରାତ୍ରି ସମୟରେ ଦୀପକଙ୍କ ନାମରେ ଏକ ଅଭିଯୋଗ ନେଇ ଥାନା କୁ ଆସିଥିଲେ ।
ଉଭୟଙ୍କ ଅଭିଯୋଗ ଆଧାରରେ ଗତକାଲି ବିଳମ୍ବିତ ରାତ୍ରିସମୟରେ ଦୀପକ କୁ ଆମେ ଧରିବାକୁ ଗ୍ରାମରଖିଙ୍କ ଘରେ ପହଞ୍ଚି ଥିଲୁ ପୁଲିସ ଗାଡି ଗ୍ରାମରଖିଙ୍କ ଘର ସମ୍ମୁଖ କୁ ଜିବାପରେ ଦୀପକ ଜାଣି ପାରି ଘରୁ ଫେରା ହୋଇଯାଇଥିଲା। ଏତତ୍ ବ୍ୟତିତ ପନ୍ନୀ ହତ୍ୟା ସମେତ ମୋବାଇଲ ଚୋରି ସହ ଅନ୍ୟାନ୍ୟ କିଛି ମାମଲା ବିଭିନ୍ନ ଥାନାରେ ରହିଛି । ବୋଲି ଥାନା ଅଧିକାରୀ ଅନନ୍ତ ପ୍ରଧାନ ସୂଚନା ଦେଇଛନ୍ତି । ତେବେ ଶବ ବ୍ୟବଚ୍ଛେଦ ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଶ୍ରି ପଧାନ ପ୍ରକାଶ କରିଛନ୍ତି।