ବିଜୁ ଏକ୍ସପ୍ରେସ୍‌-ୱେ  ରାସ୍ତା ନୁହେଁ ଜୀବନରେଖା,  ନୂଆ ଇତିହାସ ସୃଷ୍ଟି କରିବ ବିଜୁ ଏକ୍ସପ୍ରେସ୍‌ -ୱେ: ନବୀନ ପଟ୍ଟନାୟୟକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ମିଶନ ପଶ୍ଚିମ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩ ଜିଲ୍ଲା ଗସ୍ତରେ ଯାଇଛନ୍ତି । ପ୍ରଥମେ ବରଗଡ଼ରେ ପହଞ୍ଚି ବିଜୁ ଏକ୍ସପ୍ରେସ େଓ୍ଵର ଶୁଭାରମ୍ଭ କରିବା ସହ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାବାସୀଙ୍କୁ ଭେଟି ଦେଇଛନ୍ତି ୨୧୭ କୋଟି ଟଙ୍କାର ପ୍ରାୟ ୨୩୪ ଟି ପ୍ରକଳ୍ପ । ସୋହେଲା ହଳଦୀପଡ଼ିଆରେ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜୁ ଏକ୍ସପ୍ରେସ୍‌ େଓ୍ଵ ରାସ୍ତା ନୁହେଁ ଜୀବନରେଖା । ନୂଆ ଇତିହାସ ସୃଷ୍ଟି କରିବ ବିଜୁ ଏକ୍ସପ୍ରେସ୍‌ େଓ୍ଵ । ଏହା ଏକ ମାଇଲଖୁଣ୍ଟ ହେବ । ବିଜୁ ଏକ୍ସପ୍ରେସ୍‌ େଓ୍ଵର ଶୁଭାରମ୍ଭ କରି ସେ ବହୁତ ଖୁସି । ବିଜୁବାବୁ ସୁସ୍ଥ ଓଡ଼ିଶା ଚାହୁଁଥିଲେ, ଆମେ ସେ ଦିଗରେ ଆଗେଇ ଚାଲିଛୁ । ସେହି ମହାନ୍‌ ନାୟକଙ୍କ ପାଇଁ ଓଡ଼ିଶାବାସୀ ଗର୍ବିତ । କଥା ନୁହେଁ, କାମରେ ବିଶ୍ୱାସ କରନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ ସୋହେଲାରୁ ବୀରମାଟି ଘେଁସ ଯାଏଁ ୧୮ କିଲୋମିଟର ରୋଡ୍‌ ସୋ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 

Leave A Reply

Your email address will not be published.