PUCC ଫାଇନ୍ କମାଇବା ଯୋଜନା ଚାଲିଛି: ପରିବହନ ମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: PUCC ନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବଡ଼ ସୂଚନା । ସମସ୍ତଙ୍କୁ PUCC କରିବା ବାଧ୍ୟତାମୂଳକ କହିଲେ ପରିବହନ ମନ୍ତ୍ରୀ । ଆହୁରି ମଧ୍ୟ ଟୋଲ୍ ଗେଟ୍‌ରେ PUCC ଫାଇନ୍ କମାଇବା ପାଇଁ ଯୋଜନା ଚାଲିଥିବା ମନ୍ତ୍ରୀ କହିଛନ୍ତି । ୧୦ ହଜାର ଟଙ୍କା ଫାଇନ୍କୁ କମ୍ କରିବାକୁ ଆଲୋଚନା ଚାଲିଛି । ରାଜ୍ୟରେ ବାୟୁ ପ୍ରଦୂଷଣ ନେଇ କଡ଼ାକଡ଼ି ହୋଇଥିଲା PUCC ନିୟମ । ଯାହାର ଗାଡ଼ି ଅଛି, PUCC କରିବାକୁ ସରକାର କହିଥିଲେ ବୋଲି ମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ପ୍ରଦୂଷଣ ପ୍ରମାଣପତ୍ର ପାଇବାକୁ ହେଲେ ବକେୟା ଚାଲାଣ ପୈଠ କରିବାକୁ ହେବ । ମଙ୍ଗଳବାର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇବା ସହିତ ଏ ସମ୍ପର୍କୀତ ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇଥିଲେ ହାଇକୋର୍ଟ । ସେଣ୍ଟ୍ରାଲ ମୋଟର ଭେହିକିଲ ରୁଲ୍ ୧୬୭ ସବ୍ କ୍ଲଚ୍ ୧୨ ଅନୁସାରେ ବକେୟା ଚାଲାଣ ଥିଲେ PUCC ପାଇଁ ଆବେଦନ କରିହେବ ନାହିଁ ବୋଲି ହାଇକୋର୍ଟ କହିଥିଲେ ।

Leave A Reply

Your email address will not be published.