ବଡ ଖବର, ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ମିଳିବ ଆଇରନ୍‌ ଓ ଫଲିକ୍‌ ଏସିଡ୍‌ ବଟିକା

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି। ଏହାରି ଭିତରେ ପିଲାମାନେ କିପରି ସୁରକ୍ଷିତ ରହିବେ, ସେନେଇ ସରକାର ସବୁପ୍ରକାର ପଦକ୍ଷେପ ନେଉଛନ୍ତି । ଜୁନ୍‌ ୧୬ ତାରିଖ ଯାଏଁ ଘରକୁ ଘର ଯାଇ ଟାବଲେଟ୍‌ ବଣ୍ଟାଯିବ । ଏନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ତରଫରୁ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଅମ୍ଳଜାନ କାର୍ଯ୍ୟକ୍ରମ ଜରିଆରେ ଆନେମିଆ ମୁକ୍ତ ଓଡ଼ିଶା ଲକ୍ଷ୍ୟ ରଖାଯାଇଛି । ସୂଚନା ଅନୁସାରେ ଛାତ୍ରଛାତ୍ରୀଙ୍କ ପିଛା ୮ଟି ଆଇଏଫଏ ଟାବଲେଟ୍‌ ଦିଆଯିବ । ପିଙ୍କ ଟାବଲେଟ୍‌ ପ୍ରଥମରୁ ପଂଚମ ଓ ବ୍ଲୁ ଟ୍ୟାବଲେଟ୍‌ ଷଷ୍ଠରୁ ଦ୍ୱାଦଶ ଛାତ୍ରଛାତ୍ରୀଙ୍କୁ ଦିଆଯିବ । ଏକ୍ସପାଏରି ଡେଟ୍‌ ଯାଂଚ ହେବା ଟ୍ୟାବଲେଟ୍‌ ଦିଆଯିବ ଏହାସହ ଛାତ୍ରଛାତ୍ରୀ ମାନେ ଅଭିବାବକଙ୍କ ଉପସ୍ଥିତିରେ ଖାଇବେ ଟ୍ୟାବଲେଟ୍‌ । ସେହିପରି ଏକ୍ସପାରି ଟ୍ୟାବେଲେଟକୁ ନବାଣ୍ଟି ସ୍ୱାସ୍ଥ୍ୟ ବିଭାଗକୁ ଫେରସ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରତ୍ୟେକ ଛାତ୍ରଛାତ୍ରୀ ସୋମବାର ଦିନ ଗୋଟିଏ ଓୠଇ ଟ୍ୟାବଲେଟ ଖାଇବେ । ଏ ସମସ୍ତ ପ୍ରକ୍ରିୟା ଭିବାବକଙ୍କ ଉପସ୍ଥିତିରେ କରାଯିବ ଏବଂ ଆବଶ୍ୟକସ୍ଥଳେ ସ୍କୁଲ ଏସଏମସି ଏହାର ତଦାରଖ କରିବ । ସରକାରଙ୍କ ଏହି ପଦକ୍ଷେପ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କୁହାଯାଉଛି ।

Leave A Reply

Your email address will not be published.