ତାଲିବାନର ବଡ ବୟାନ: ଭାରତ-ପାକିସ୍ତାନ ସୀମାରେ ଲଢନ୍ତୁ

0

ତାଲିବାନ ନେତା ଶେର ମହମ୍ମଦ ଅବାସ ଷ୍ଟେନକଜଇ ଭାରତ ଓ ପାକିସ୍ତାନର ସଂପର୍କକୁ ନେଇ ବଡ ମନ୍ତବ୍ୟ ଦେଇଛନ୍ତି । ଷ୍ଟେନକଜଇ କହିଛନ୍ତି, ଭାରତ ଓ ପାକିସ୍ତାନ ନିଜର ଆଭ୍ୟନ୍ତରୀଣ ମାମଲା ପାଇଁ ଆଫଗାନିସ୍ତାନକୁ ବ୍ୟବହାର କରିବା ଉଚିତ୍ ନୁହେଁ । କୁହାଯାଉଛି କାବୁଲରେ ତାଲିବାନ ସରକାରରେ ଷ୍ଟେନକଜଇ ବୈଦେଶିକ ମନ୍ତ୍ରଣାଳୟ ସମ୍ଭାଳି ପାରନ୍ତି । ସିଏନଏନ-ନ୍ୟୁଜ ୧୮ ସହ ଏକ୍ସକ୍ଲ୍ୟୁସିଭ୍ ସାକ୍ଷାତକାରରେ ସେ କହିଛନ୍ତି ଯେ, ତାଲିବାନ ନିଜର ସମସ୍ତ ପଡୋଶୀ ଦେଶ ସହ ସୁସଂପର୍କ ଚାହୁଁଛି ।

ତାଲିବାନ ସରକାର ଦ୍ୱାରା ଭାରତ ପ୍ରତି ଶତ୍ରୁତା ମନୋଭାବ ରଖିବା ଏବଂ ପାକିସ୍ତାନ ସହ ମିଶି ଭାରତକୁ ଟାର୍ଗେଟ କରିବା ଆଶଙ୍କା ବିଷୟରେ ପଚରା ଯାଇଥିବା ପ୍ରଶ୍ନରେ ଷ୍ଟେନକଜଇ କହିଛନ୍ତି, ଗଣମାଧ୍ୟମରେ ଏମିିତି କିଛି ଖବର ଆସିଥାଏ, ଯାହା ଭୁଲ୍ ରହିଥାଏ । ଆମେ କେବେ ବି ଏମିତି ବୟାନ ଦେଇନୁ ଏବଂ ନା ଆମ ପକ୍ଷରୁ ଏମିତି କିଛି ସଙ୍କେତ ଦିଆଯାଇଛି । ଆମେ ନିଜର ପଡୋଶୀ ଦେଶ ସହ ସୁସଂପର୍କ ଚାହୁଁଛୁ ।

ତାଲିବାନ ନେତା କହିଛନ୍ତି, ସେ ଭାରତ ଓ ପାକିସ୍ତାନ ମଧ୍ୟରେ ଦଶନ୍ଧି ଦଶନ୍ଧି ଧରି ଜାରି ଭୌଗୋଳିକ ଓ ରାଜନୈତିକ ବିବାଦ ବିଷୟରେ ଅବଗତ ଅଛନ୍ତି । ମାତ୍ର ତାଲିବାନ ଆଶା କରୁଛି ଯେ, ଦୁଇ ଦେଶ ନିଜର ଏହି ବିବାଦରେ ଆଫଗାନିସ୍ତାନକୁ ଟାଣିବେ ନାହିଁ । ଷ୍ଟେନକଜଇ କହିଛନ୍ତି, ଆମେ ଆଶା କରୁଛୁ ଯେ, ଉଭୟ ଦେଶ ଆଫଗାନିସ୍ତାନକୁ ନିଜର ଆଭ୍ୟନ୍ତରୀଣ ମାମଲାରେ ଉପଯୋଗ କରିବେ ନାହିଁ । କାରଣ ଦୁଇ ଦେଶ ମଧ୍ୟରେ ଦୀର୍ଘ ସମୟ ଧରି ସୀମା ବିବାଦ ଲାଗି ରହିଛି । ଦୁଇ ଦେଶ ନିଜ ସୀମାରେ ଲଢି ପାରନ୍ତି । ମାତ୍ର ଏଥିପାଇଁ ସେମାନେ ଆଫଗାନିସ୍ତାନକୁ ବ୍ୟବହାର କରି ପାରିବେ ନାହିଁ । ଆମେ କୌଣସି ବି ଦେଶକୁ ଅନ୍ୟ ଦେଶ ବିରୋଧରେ ନିଜ ମାଟିର ବ୍ୟବହାର ହେବାକୁ ଦେବୁ ନାହିଁ ।

Leave A Reply

Your email address will not be published.