ବରଣ୍ଡୁଆ ଓ ଆରୂହା ପଞ୍ଚାୟତର ବିଜେଡ଼ିର ବାଇକ ଶୋଭାଯାତ୍ରା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବରଣ୍ଡୁଆ ଓ ଆରୂହା ପଞ୍ଚାୟତ ର ବିଜେଡ଼ି ର ବାଇକ ଶୋଭାଯାତ୍ରା | ନିର୍ବାଚନ ପ୍ରଚାର ରେ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ର ବରଣ୍ଡୁଆ ଓ ଆରୁହା ରେ ବହୁ ଜନସମାଗମ ରେ ବାଇକ ଶୋଭାଯାତ୍ରା ଅନୁଷ୍ଟିତ ହୋଇ ଯାଇଛି। ।

ଶୋଭାଯାତ୍ରା ରେ ଯୋଗ ଦେଇଥିବା ସମର୍ଥକ ମାନେ କହିଛନ୍ତି ଯେ ଚଳିତ ନିର୍ବାଚନ ରେ ବିଷ୍ଣୁ ବ୍ରତ ରାଉତ ରାୟ ଓ ସାଂସଦ ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ ବିପୁଳ ଭୋଟ ବ୍ୟବଧାନ ରେ ବିଜୟ ହେବେ। ଅନୁଷ୍ଟିତ ବାଇକ ଶୋଭାଯାତ୍ରାରେ ପଞ୍ଚାୟତ ବୁଲି ପ୍ରଚାର କରିଥିଲେ ପ୍ରାର୍ଥୀ ବିଷ୍ଣୁ ବ୍ରତ ରାଉତ ରାୟ ଓ ମଞ୍ଜୁଲତା ମଣ୍ଡଳ। ବାଇକ ଶୋଭାଯାତ୍ରା ପରେ ଅନୁଷ୍ଟିତ ଏକ ସଭା କାର୍ଯ୍ୟ କର୍ମ ରେ ଯୋଗ ଦେଇ ଭୋଟ ନିବେଦନ କରିଛନ୍ତି ଉଭୟ ପ୍ରାର୍ଥୀ। ବରଣ୍ଡୁଆ ପଞ୍ଚାୟତ ରେ ଏକ ହଜାର ରୁ ଉର୍ଦ୍ଧ ଜନ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଟିତ ହୋଇଥିଲା।

ଉପସ୍ଥିତ ସମସ୍ତ ବିଜେଡ଼ି ପ୍ରାର୍ଥୀ ଓ ନେତା ବିଜେପି ଓ କଂଗ୍ରେସ ଉପରେ ବର୍ଶି ଥିଲେ। ଉଭୟ ପଞ୍ଚାୟତ ରେ ବିଜେଡ଼ି ପ୍ରାର୍ଥୀ ବିଷ୍ଣୁ ବ୍ରତ ରାଉତ ଓ ମଞ୍ଜୁଲତା ମଣ୍ଡଳ ଙ୍କ ସହ ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ, ସରପଂଚ ରାଜେନ୍ଦ୍ର ସାହୁ, ସମିତି ସଭ୍ୟ ସୁରେନ୍ଦ୍ର ବେଜ, ସୂର୍ଯ୍ୟ କାନ୍ତ ସେଠୀ ଓ ଅନ୍ୟ ବରିଷ୍ଠ, ଯୁବ, ମହିଳା ବିଜେଡ଼ି କର୍ମୀ ମାନେ ଉପସ୍ଥିତ ଥିଲେ।

Comments are closed.