ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଲେଖାଶ୍ରୀଙ୍କ ବିରୋଧରେ ସିଇଓ ନିକଟରେ ଫେରାଦ ହେଲା ବିଜେଡି। ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ନିକଟରେ କାର୍ଯାନୁଷ୍ଠାନ ଦାବି କଲା ବିଜେଡି। ସିଇଓଙ୍କୁ ଭେଟି ବା ପରେ ବିଜେଡି ମୁଖପାତ୍ର ଲେନିନ କହିଛନ୍ତି । ପ୍ରତ୍ୟେକ ଅନୁଷ୍ଠାନର ସ୍ଵତନ୍ତ୍ରତା ଥାଏ। ନିର୍ବାଚନ କମିଶନଙ୍କ ସ୍ଵତନ୍ତ୍ରତା ଓ ମର୍ଯ୍ୟାଦା ରହିବା ଉଚିତ।
ପଦ୍ମପୁର ଉପନିର୍ବାଚନକୁ ନେଇ ଯେଉଁ ଭଳି ଭାବେ ବିଜେପି ମୁଖପାତ୍ର ନିଜକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ମୁଖପାତ୍ର ଭାବୁଛନ୍ତି। ତାଙ୍କୁ ସେ ଅଧିକାର ଦେଲା କିଏ? କେଉଁ ଅଧିକାର ବଳରେ ଦଳୀୟ ମୁଖପାତ୍ର ସିଇଓ ଙ୍କ ମୁଖପାତ୍ର ସାଜିବେ ?ଲେଖାଶ୍ରୀ ସାମନ୍ତସିଂହାର ସିଇଓଙ୍କ ପ୍ରବକ୍ତା ସାଜି ଗତକାଲି ଘୋଷଣା କଲେ ଆଦର୍ଶ ଆଚରଣବିଧି ଉଲ୍ଲଂଘନ ନେଇ ତିନିଜଣ ଶିକ୍ଷକଙ୍କୁ ନିଲମ୍ବନ କରାଗଲା। ଏ ନେଇ ତାଙ୍କୁ ପ୍ରଶ୍ନକରାଯିବା ଉଚିତ।
ଦଳୀୟ ମୁଖପାତ୍ର କର୍ତ୍ତବ୍ୟ ରଥ ସରକାରୀ କର୍ମଚାରୀଙ୍କୁ ଧମକାଇବାକୁ ପଛାଉନାହାନ୍ତି।ଭୋଟ ପାଇବା ପାଇଁ ଧମକାଉଛନ୍ତି।ଗୋଟିଏ ସୁସ୍ଥ ଉପାୟରେ ନିର୍ବାଚନ ପ୍ରତିଦ୍ବନ୍ଦ୍ବିତା ହେଉ। ସିଇଓଙ୍କ ମୁଖପାତ୍ର ଭାବନ୍ତୁ ନାହିଁ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସିଇଓ ଙ୍କ ନିକଟରେ ଦ୍ବାରସ୍ଥ ହୋଇଛି।