ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗୁରୁବାର ଆନୁମାନିକ ସନ୍ଧ୍ୟା ୭ଟା। “ସ୍ଥାନୀୟ ଆରକ୍ଷୀ ସହାୟତା କେନ୍ଦ୍ର” ର ଅଧିକାରୀ ନିରଞ୍ଜନ ନାୟକ ସବୁଦିନ ପରି ସେହି ଅଞ୍ଚଳରେ ଫୁଟ ପାଟ୍ରୋଲିଂ କରୁଥାନ୍ତି।ସେହି ସମୟରେ ଜୈନକ ଅଟୋ ରିକ୍ସା ଚାଳକ ଆସି ସୂଚନା ଦେଲେ ଯେ ଗୋଟିଏ ବ୍ୟାଗ ପରିତ୍ୟକ୍ତ ଭାବେ ରାସ୍ତା ଉପରେ ଦୀର୍ଘ ସମୟ ଧରି ଥୁଆ ହୋଇଥିବା ବେଳେ ତାହାକୁ କେହି ନେଉ ନାହାନ୍ତି।ସୂଚନା ପାଇ ଶ୍ରୀ ନାୟକ ବ୍ୟାଗ ପାଖରେ ପହଞ୍ଚି ଆଖପାଖରେ ଥିବା ସମସ୍ତ ଉଠା ଦୋକାନୀ ତଥା ଯିବା ଆସିବା କରୁଥିବା ଲୋକ ମାନଙ୍କୁ ବ୍ୟାଗ ସମ୍ପର୍କରେ ପଚରା ଉଚରା ପରେ ମଧ୍ୟ ବ୍ୟାଗର କେହି ଦାବିଦାର ନଥିଲେ। ଏହି ଘଟଣା ପରେ ସେହି ଅଂଚଳରେ ଏକ ପ୍ରକାର ଭୟ ର ବାତା ବରଣ ସୃଷ୍ଟି ହୋଇଥଲା।
ବ୍ୟାଗ ପାଖକୁ କେହି ନଯିବାକୁ ପରାମର୍ଶ ଦେଇ ବ୍ୟାଗ ପାଖରେ ଜଗି ରହିଥିଲେ।ପ୍ରାୟ ଏକ ଘଂଟା ପରେ ଦୁଇଜଣ ବ୍ୟକ୍ତି ହଠାତ ଆସି ସେମାନେ ଟ୍ରେନ ଆସି ଅଟୋ ରେ ଗଲା ବେଳେ ଅନ୍ୟମନସ୍କ ବସତ ବ୍ୟାଗ ଟିକୁ ଛାଡି ଯାଇଥିବା କହିଲେ।ପରେ ବ୍ୟାଗ ଭିତରେ କଣ କଣ ଅଛି ବୋଲି ତାଙ୍କ ଠାରୁ ବୁଝି ଓ ବ୍ୟାଗ କୁ ତନଖି କରି ସେମାନଙ୍କୁ ବ୍ୟାଗ ଟିକୁ ହସ୍ତାନ୍ତର କରିଥିଲେ।ବ୍ୟାଗ ଟିରେ କେବଳ କେତେକ ନୂଆ ଶାଢ଼ୀ ଥିବା ଜଣା ପଢିଥିଲା।