ଓଡିଆ ନ୍ୟୁଜ୍(ବ୍ୟୁରୋ): ବୃହତ ବିଜୟ ଅଭିମୁଖେ ବିଜେଡି । ପଞ୍ଚାୟତ ନିର୍ବାଚନରେ ରେକର୍ଡ ଜିଲ୍ଲା ପରିଷଦ ସିଟ୍ ହାତେଇଛି । ଟକ୍କର ଦେବାକୁ ବି ସକ୍ଷମ ହେଲେନି ବିରୋଧୀ । ୮୫୧ ଜିଲ୍ଲା ପରିଷଦ ଆସନରୁ ବିଜେଡି ପ୍ରାର୍ଥୀ ୭୬୦ ଆସନରେ ବାଜି ମାରିଛି । ବିଜେଡି ଖାତାକୁ ଯାଇଛି ପାଖାପାଖି ୯୦ ପ୍ରତିଶତ ଆସନ । ୨୦୦୨ରେ ୧୨ ଜିଲ୍ଲାରେ ବିଜେଡି ଜିଲ୍ଲା ପରିଷଦ ଗଠନ କରିଥିଲା । ୨୦୧୭ରେ ୨୦ ଜିଲ୍ଲାରେ ଗଠନ କରିଥିଲା ଜିଲ୍ଲା ପରିଷଦ । ଏଥର ୩୦ରୁ ୩୦ ଜିଲ୍ଲା । ୨୦୧୭ରେ ୨୯୭ ଜିଲ୍ଲା ପରିଷଦ ଆସନ ହାତେଇଥିବା ବିଜେପି ଏଥର ହାପ୍ ସେଞ୍ଚୁରୀ ଭିତରେ ଅଟକିଗଲା ।
ସବୁ ରେକର୍ଡ ପାର କରିଛି ବିଜେଡି । ୩୦ରୁ ୩୦ ଜିଲ୍ଲା ପରିଷଦ ଗଠନ ଦିଗରେ ଅଗ୍ରସର ହୋଇଛି ବିଜେଡି । ୮୫୧ ଜିଲ୍ଲା ପରିଷଦ ଆସନରୁ ପ୍ରାୟ ୭୬୦ ସିଟରେ ଦଳୀୟ ପ୍ରାର୍ଥୀ ବିଜୟୀ ଓ ଆଗୁଆ ରହିଛନ୍ତି । ଅର୍ଥାତ ବିଜେଡି ଅକ୍ତିଆକର କରିଛି ପାଖାପାଖି ୯୦ ପ୍ରତିଶତ ଆସନ । ବିଜେପି ୫ ପ୍ରତିଶତ, କଂଗ୍ରେସ ୪ ପ୍ରତିଶତ ଓ ଅନ୍ୟାନ୍ୟ ୧ ପ୍ରତିଶତ ଜିଲ୍ଲା ପରିଷଦ ଜୋନରେ ବିଜୟୀ ଓ ଆଗୁଆ ଅଛନ୍ତି । ପ୍ରଥମ ଦିନରେ ୩୧୫ ଆସନରେ କାଉଣ୍ଟିଂ ହୋଇଥିଲା । ଏଥିରୁ ବିଜେଡି ଜିତିଥିଲା ୨୮୨ ସିଟ୍ । ଦ୍ୱିତୀୟ ଦିନରେ ୩୦୫ ଆସନରୁ ୨୭୦ ଆସନରେ ବିଜୟୀ ଓ ଆଗୁଆ ରହିଥିଲେ ବିଜେଡି ପ୍ରାର୍ଥୀ । ଆଜି ଶେଷ ଦିନରେ ବି ଏହି ଟ୍ରେଣ୍ଡ ଜାରି ରହିଥିଲା । ଗଣତି ବଢ଼ିବା ସହ ଅଧିକାଂଶ ଜୋନରେ ଲିଡ୍ କରୁଥିଲେ ବିଜେଡି ପ୍ରାର୍ଥୀ । ରେକର୍ଡ ସଫଳତାରେ ବିଜେଡି ନେତା ଓ କର୍ମୀ ଉତ୍ସାହିତ । ଆରମ୍ଭ ହୋଇଗଲାଣି ସେଲିବ୍ରେସନ୍ ।
ବିରୋଧୀଙ୍କ ଗଡ଼ରେ ପଶି ବିଜୟ ସୁନାମୀ ଆଣିଛି ବିଜେଡି । ୨୦୦୨ରେ ବିଜେଡି ୨୯୧ ଜିଲ୍ଲା ପରିଷଦ ଆସନ ଜିତିଥିଲା । ବିଜେପି ପାଇଥିଲା ୧୮୩ ଆସନ । ୨୦୦୭ରେ ବିଜେଡି ହାତେଇଥିଲା ୩୪୫ ଜିଲ୍ଲା ପରିଷଦ ସିଟ୍ । ବିଜେପି ୧୨୯ ଆସନରେ ବିଜୟୀ ହୋଇଥିଲା । ୨୦୧୭ରେ ବିଜେଡି ୬୫୧ ଓ ବିଜେପି ଜିତିଥିଲା ସବୁଠୁ କମ୍ ୩୬ ଜିଲ୍ଲା ପରିଷଦ ଜୋନ୍ । ୨୦୧୭ରେ ବିଜେଡିକୁ ମିଳିଥିଲା ୪୭୬ ସିଟ୍ । ବିଜେପି ୨୯୭ ଜିଲ୍ଲା ପରିଷଦ ଆସନ ଜିତିଥିଲା । ଏଥିର ୫୦ ଭିତରେ ସୀତିର ରହିଗଲା । ୨୦୦୨ରେ ବିଜେଡି ୧୨ ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିଥିଲା । କଂଗ୍ରେସ ୧୦, ବିଜେପି ୭ ଓ ଜେଏମଏମ୍ ଗଠନ କରିଥିଲା ଗୋଟିଏ ଜିଲ୍ଲା ପରିଷଦ । ୨୦୧୭ରେ ବିଜେଡି ୨୦ ଜିଲ୍ଲା ଜିଲ୍ଲା ପରିଷଦ ଜୋନ୍ ଗଠନ କରିଥିଲା ।