ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିଲେ ବିଜେଡି ବିଧାୟକ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଜି ବିଧାନସଭାରେ ବିଜେଡିର ତୁମୁଳକାଣ୍ଡ ଓ ଅରାଜକତା ପରିଲକ୍ଷିତ ହୋଇଛି। ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବିକରି ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢ଼ିଲେ ବିଜେଡି ବିଧାୟକ। ଏହାପରେ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ।  ମହିଳା ବାଚସ୍ପତିଙ୍କ ଆଗରେ ବିଜେଡି ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଛନ୍ତି। ବାଚସ୍ପତିଙ୍କ ପୋଡିୟମ୍ ଦଖଲ କରିବାକୁ ବିଜେଡି ଉଦ୍ୟମ କରିଛି।  ସୂଚନା ମୁତାବକ, ସେହିପରି ଆଜି ମଧ୍ୟ ବିଧାନସଭା ଆରମ୍ଭରୁ ହୋହାଲ୍ଲା ଆରମ୍ଭ କରିଥିଲେ ବିରୋଧୀ ବିଜେଡି ।

ଅବକାରି ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଗୃହ ମଧ୍ୟକୁ ଆସି ନାରା ବାଜି ଆରମ୍ଭ କରିଥିଲେ । ପରେ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢିଥିଲେ ବିରୋଧୀ ଦଳ । ବିଜେଡିର ୨ ବିଧାୟକ ସୋର ବିଧାୟକ ମାଧବ ଧଡା ଓ ଦେବଗଡ଼ ବିଧାୟକ ରୋମାଞ୍ଚ ବିଶ୍ବାଳ ବାଚସ୍ପତିଙ୍କ ପୋଡ଼ିୟମ ଉପରେ ଚଢ଼ି ବିଶୃଙ୍ଗଳା ସୃଷ୍ଟି କରିଥିଲେ । ସ୍ଥିତି ଅସମ୍ଭାଳ ହେବାରୁ  ସାଢ଼େ ୧୧ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ସେପଟେ ଏହାକୁ ଦୃଢ ନିନ୍ଦା କରିଛନ୍ତି ଚିକିଟି ଶାସକ ବିଧାୟକ ।

ବିରୋଧୀ ବିଧାନସଭାରେ ଏମିତି କରି ଡ୍ରାମା କରୁଛନ୍ତି ବୋଲି କହିଲେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କ  । ସେ କହିଛନ୍ତି, ବିରୋଧୀ ଆଲୋଚନା ଚାହୁଁନାହାନ୍ତି,  କେବଳ ଡ୍ରାମା କରୁଛନ୍ତି । ମୁଲତବି ପ୍ରସ୍ତାବ ଆଣୁଛନ୍ତି, କିନ୍ତୁ ଆଲୋଚନା କରୁନାହାନ୍ତି । ଏହାସହିତ ବିରୋଧର ମହିଳା ବାଚସ୍ପତିଙ୍କୁ ସମ୍ମାନ ଦେବା ଶିଖିନାହାନ୍ତି ବୋଲି କହିଛନ୍ତି ବିଧାୟକ । ଯାହା ନିନ୍ଦନୀୟ କଥା । ବିରୋଧୀ ସତ୍ୟର ସାମ୍ନା କରିବାକୁ ଡରୁଛନ୍ତି ତେଣୁ ଏଭଳି କରୁଛନ୍ତି ବୋଲି କହିଛନ୍ତି ବିଧାୟକ ।

Comments are closed.