ଓଡିଆ ନ୍ୟୁଜ (ବ୍ୟୁରୋ) : ଅନାସ୍ଥା ପ୍ରସ୍ତାବକୁ ନେଇ ହୁଲୁସଦୁଲ ଗୃହ । ସ୍ତ୍ରସ୍ତାବ ଚର୍ଚ୍ଚା ପୂର୍ବରୁ ଗୃହରେ ହଙ୍ଗାମା ଦେଖିବାକୁ ମିଳିଛି । ବିଜେପି ପ୍ରଶ୍ନ କରିଛି କାର୍ୟ୍ୟସୂଚୀ ଅନୁସାରେ ରାହୁଲ ଗାନ୍ଧୀ କାହିଁକି ପ୍ରଥମେ ମତ ରଖିଲେନି । ଗୃହରେ ଅମିତ ଶାହା ଓ ପ୍ରହଲ୍ଲାଦ ଜୋଷୀ ପ୍ରତିବାଦ ଜଣାଇଛନ୍ତି । ତେବେ ପୂର୍ବରୁ ରାହୁଲ ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା କରିବେ ବୋଲି କଂଗ୍ରେସ ପକ୍ଷରୁ ଟ୍ବିଟ୍ କରାଯାଇ କୁହାଯାଇଥିଲା । ଶେଷରେ ରାହୁଲ ଗାନ୍ଧୀଙ୍କ ସ୍ଥାନରେ ଗୋଗୋଇ କହିଥିବାରୁ ବିଜେପି ଏହାକୁ ଥଟ୍ଟା କରିଛି ।
ଅନାସ୍ଥା ପ୍ରସ୍ତବ ଆଲୋଚନାରେ ଭାଗ ନେଇ ପ୍ରସ୍ତାବକୁ ବିରୋଧ କରିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର । କହିଛନ୍ତି କେନ୍ଦ୍ର ସରକାର ଓଡିଶାର ଅନେକ ଦାବିକୁ ମାନି ନାହାନ୍ତି । ହେଲେ ଏକଥା ଭୁଲିଯିବା ଉଚିତ ନୁହେଁ ଯେ ଅନେକ କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସହଯୋଗ କରିଛି । କିନ୍ତୁ ବିଜେଡି ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବ ନାହିଁ ବୋଲି ପିନାକୀ କହିଛନ୍ତି । ଏଥିସହ ବିରୋଧୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଅନାସ୍ଥ ପ୍ରସ୍ତାବ ସପକ୍ଷରେ ବିରୋଧୀଙ୍କ ଯୁକ୍ତି ହେଉଛି, ସଂସଦରେ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଉତରଦାୟୀ କରିବା ଓ ବିବୃତି ଦେବାକୁ ବାଧ୍ୟ କରିବା । ପ୍ରଧାନମନ୍ତ୍ରୀ ଜଣେ ଭଲ ବକ୍ତା ଓ ସଂସଦର ସବୁ ଅଧିବେଶନରେ ସେ କହିଥାନ୍ତି । ଯେତେଥର ପ୍ରଧାନମନ୍ତ୍ରୀ ସଂସଦରେ କହିଛନ୍ତି, ସେତେ ଥର କଂଗ୍ରେସକୁ ଅପଦସ୍ଥ କରିଛନ୍ତି । ନିଜ ନାକ କାଟିବା ପାଇଁ କଣ ପାଇଁ କଂଗ୍ରେସ ପ୍ରଧାନମନ୍ତ୍ରୀ ସଂସଦରେ କହିବାକୁ ବାଧ୍ୟ କରୁଛନ୍ତି । ତେଣୁ ବିରୋଧୀ ମଣିପୁର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ବିରୋଧ କରିବା ବଦଳରେ ଗଠନମୂଳକ ସମାଧାନ ଦିଗରେ କାର୍ୟ୍ୟ କରିବା ଉଚିତ୍ ବୋଲି ମଧ୍ୟ କହିଛନ୍ତି।