ଓଡ଼ିଆ ନ୍ୟୁଜ୍: OBCଙ୍କ ପାଇଁ ଗର୍ଜିଲା ବିଜେଡି । ପଛୁଆ ବର୍ଗଙ୍କ ପାଇଁ ମେଡିକାଲ ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଦାବି କରି ରାଜଭବନ ସମ୍ମୁଖରେ ବିଜେଡିର ଗଣ ଧାରଣା । ଦାବି ପୂରଣ ନହେଲେ ଆଗକୁ ବ୍ଲକରୁ ଜିଲ୍ଲା ସବୁଠି ଆନ୍ଦୋଳନ ତୀବ୍ରତର ହେବ ବୋଲି କହିଛି ବିଜେଡି । ବିଜେଡିର ଏଭଳି ଅଭିଯୋଗର ଜବାବ୍ ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ମନ୍ତ୍ରୀ କହିଛନ୍ତି ବିରୋଧୀ ନିଜକୁ ନିଜେ ଲୋକହସା ହେଉଛନ୍ତି ।
ବିଜୁ ଜନତା ଦଳ ସ୍ବଭାବତଃ OBC ବିରୋଧୀ ବୋଲି କହିଛନ୍ତି ମନ୍ତ୍ରୀ। ଦଳୀୟ ସଂଗଠନର ପୁନଃବିନ୍ୟାସ ପରେ ଏହା ଥିଲା ବିଜେଡିର ପ୍ରଥମ ଆନ୍ଦୋଳନ । OBCଙ୍କୁ ମେଡିକାଲ ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ ୨୭% ସଂରକ୍ଷଣ ଏବଂ SC/STଙ୍କୁ ତାଙ୍କ ସଂଖ୍ୟା ଅନୁପାତରେ ସଂରକ୍ଷଣ ନଦେଲେ ଆଗକୁ ଆନ୍ଦୋଳନକୁ ତୀବ୍ରତର କରିବାକୁ ଚେତାବନୀ ଦେଇଛି ବିଜେଡି। ଆଗକୁ ବ୍ଲକରୁ ଜିଲ୍ଲା ଯାଏଁ ସବୁଠି ଦଳ ଆନ୍ଦୋଳନ କରିବ ବୋଲି କହିଛି ।