ରାଜ୍ୟ ସରକାର ତୁରନ୍ତ ଓବିସି ସର୍ଭେ କରନ୍ତୁ, ୫୪ ପ୍ରତିଶତ ଓବିସି ବର୍ଗଙ୍କ ସାମ୍ବିଧାନିକ ହକ୍ ପାଇଁ ରାଜରାସ୍ତାକୁ ଓହ୍ଲାଇଵ ବିଜେପି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶାରେ ଓବିସି ଓ ଏସିବିସି ବର୍ଗର ସାମାଜିକ, ଆର୍ôଥକ, ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ଉତ୍‌ଥାନ ଚାହାନ୍ତି ନାହିଁ ନବୀନ ବାବୁ । ବିଜୁ ଜନତା ଦଳ ସର୍ବଦା ଓବିସି ଓ ଏସଇବିସି ବର୍ଗଙ୍କୁ ଅଣଦେଖା କରିବା ସହ ସବୁଥିରୁ ବଂଚିତ କରୁଛନ୍ତି । ‘ଆମ ପାଖରେ ଓବିସି ଓ ଏସଇବିସିଙ୍କର କୈାଣସି ତଥ୍ୟ ନାହିଁ’ ବୋଲି କହି ରାଜ୍ୟ ସରକାର ମାନ୍ୟବର ହାଇକୋର୍ଟଙ୍କୁ ସତ୍ୟପାଠ ଦାଖଲ କରି ବିନା ଓବିସି ସଂରକ୍ଷଣରେ ନିର୍ବାଚନ କରାଇଲେ ।

ପଂଚାୟତ ଓ ମ୍ୟୁନିସପାଲଟି ନିର୍ବାଚନ ପୂର୍ବରୁ ରାଜ୍ୟରେ ଓବିସି ଓ ଏସଇବିସି ବର୍ଗଙ୍କ ସର୍ଭେ ଯଥାଶୀଘ୍ର କରିବାକୁ ବିଧାନସଭାରେ ସଂକଳ୍ପ ପାରିତ ହୋଇଥିଲେ ମଧ୍ୟ ଆଜି ସୁଦ୍ଧା ଏ ସଂପର୍କରେ ରାଜ୍ୟ ସରକାର କୈାଣସି ପଦକ୍ଷେପ ନେଲେ ନାହିଁ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓବିସି ଓ ଏସଇବିସି ସଂରକ୍ଷଣକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ବାରମ୍ବାର ଚିଠି ଲେଖି ଦାବୀ କରିବା ସତ୍ୱେ କୈାଣସି ପଦକ୍ଷେପ ନନେବା ଦୁର୍ଭାଗ୍ୟଜନକ । “ସର୍ଭେ ଦାୟୀତ୍ୱ ଆମର ନୁହେଁ, ଏହା କେନ୍ଦ୍ର ସରକାରଙ୍କ” ବୋଲି କହି ନିଜ କାନ୍ଧରୁ ଦାୟୀତ୍ୱକୁ ଖସାଇ ଚାଲିଥିଲେ ।

ରାଜ୍ୟ ଜନସଂଖ୍ୟାର ସର୍ବାଧିକ ୫୪ ପ୍ରତିଶତ ଓବିସି ଓ ଏସଇବିସି ବର୍ଗଙ୍କୁ ତାଙ୍କ ସାମ୍ବିଧାନିକ ଅଧିକାର ସୁନିଶ୍ଚିତ କରି ପ୍ରଥମେ ସଂରକ୍ଷଣ ପ୍ରଦାନ କରନ୍ତୁ ରାଜ୍ୟ ସରକାର ବୋଲି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ ପୁଣି ଥରେ ଦାବୀ କରିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବିଶ୍ୱାଳ କହିଛନ୍ତି ଯେ; ବିହାର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ୟୁପି ସରକାର ଓବିସି ଜନଗଣନା କରି ତାଲିକା ପ୍ରସ୍ତୁତ କରୁଛନ୍ତିି । ଏ ସଂପର୍କରେ ମାନ୍ୟବର ସୁପ୍ରିମ କୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରି ବିନା ଓବିସି ସଂରକ୍ଷଣରେ ସ୍ଥାନୀୟ ନିର୍ବାଚନ ହୋଇପାରିବ ନାହିଁ ବୋଲି ବାରମ୍ବାର ରାୟ ଶୁଣାଇଥିଲେ ।

ଭାରତୀୟ ଜନତା ପାର୍ଟି ତରଫରୁ ଓବିସି ଓ ଏସଇବିସିଙ୍କ ସର୍ଭେ କରାଯାଇ ଆନୁପାତିକ ପ୍ରତିଶତ ନିର୍ଦ୍ଧାରଣ କରି ସଂରକ୍ଷଣ ସୁନିଶ୍ଚିତ କରାଇବାକୁ ରାଜ୍ୟ ଓବିସି କମିଶନ ଏବଂ ରାଜ୍ୟ ସରକାରଙ୍କୁ ବାରମ୍ବାର ଅବଗତ କରାଯାଇଛି । ରାଜ୍ୟ ଓବିସି କମିଶନ ସ୍ଥାଣୁ ପାଲଟିଛନ୍ତି । ଏପରିକି ତାଙ୍କ ପାଖରେ କୈାଣସି କ୍ଷମତା ନଥିବାର ସେ ନିଜେ ସ୍ୱୀକାର ମଧ୍ୟ କରିଛନ୍ତି ।

ଭାରତୀୟ ଜନତା ପାର୍ଟୀ ତରଫରୁ ଏ ସଂପର୍କରେ ବିଭାଗୀୟ ସଚିବ ଓ ମୁଖ୍ୟ ଶାସନ ସଚିବଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୈାଣସି ସୁଫଳ ମିଳିଲା ନାହିଁ । ଅନ୍ୟ ପଟେ ରାଜ୍ୟ ସରକାର ଏ ସମସ୍ତ ଦାବୀକୁ ଅଣଦେଖା କରି ଓବିସି ଓ ଏସଇବିସି ବର୍ଗକୁ ପ୍ରତାରଣା କରିଛନ୍ତି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

ରାଜ୍ୟ ସରକାରଙ୍କ ପାଖରେ ୨ଟି ଜାତି ବର୍ଗ ତାଲିକା ଉପଲବ୍ଧ ଅଛି । ଗୋଟିଏ କେନ୍ଦ୍ର ସରକାରଙ୍କ ଓବିସି ତାଲିକା ଏବଂ ଅନ୍ୟଟି ରାଜ୍ୟ ସରକାରଙ୍କର ଏସଇବିସି ତାଲିକା । କେନ୍ଦ୍ର ସରକାରଙ୍କ ତାଲିକାରେ ୨୦୦ ଓ ରାଜ୍ୟ ସରକାରଙ୍କ ତାଲିକାରେ ୨୦୯ ଜାତିବର୍ଗର ନାମ ସ୍ପଷ୍ଟ ଭାବେ ଉଲ୍ଳେଖ ଥିବାବେଳେ ଓଡିଶା ସରକାର କାହିଁକି ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।
ଯଥାଶୀଘ୍ର ରାଜ୍ୟ ସରକାର ଓବିସି ସର୍ଭେ କରନ୍ତୁ ।

ଯଦି ରାଜ୍ୟ ସରକାର ଓବିସି ସର୍ଭେ କାର୍ଯ୍ୟ ଜାଣି ଜାଣି ବିଳମ୍ବ କରାଇବେ ତାହାଲେ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ରାଜ୍ୟର ୫୪ ପ୍ରତିଶତ ଓବିସି ବର୍ଗଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇ ନିର୍ଣ୍ଣାୟକ ଆନ୍ଦୋଳନ କରିବ ବୋଲି ଶ୍ରୀ ବିଶ୍ୱାଳ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.