ଓଡ଼ିଆ ନ୍ୟୁଜ୍: ବରିଷ୍ଠ ବିଜେପି ନେତା ଶଙ୍କର ପରିଡ଼ାଙ୍କ ପରଲୋକ। ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ।ପରଲୋକ ନେଇ ପରିବାର ପକ୍ଷରୁ ସୂଚନା।ଅତୀତରେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। କିଛି ଦିନ ଧରି ସେ ଫୁସଫୁସ୍ କର୍କଟ ରୋଗରେ ପୀଡ଼ିତ ଥିଲେ। ତାଙ୍କର ଏମ୍ସରେ ଚିକିତ୍ସା କରାଯାଉଥିଲା। ଏନେଇ ଜଣାପଡ଼ିବା ପରେ ସାହିତି୍ୟକ, ରାଜନେତା ଏବଂ ବିଭିନ୍ନ ମହଲରେ ଶୋକ ପ୍ରକାଶ କରାଯାଉଛି।
ବିଜେପି ନେତା ଶଙ୍କର ପରିଡ଼ାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ। ଓଡ଼ିଶା ରାଜନୀତି ଓ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କ ଅମର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ।