ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରି ବିଜେପି ପକ୍ଷରୁ ରାମ ମନ୍ଦିରରେ ସାମୁହିକ ଦୀପ ଦାନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବାଲେଶ୍ୱର ବାହାନଗା ନିକଟରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ରେ ଆହତ ଙ୍କ ଆଶୁଆରୋଗ୍ୟ ଓ ମୃତ କଙ୍କ ଆତ୍ମାର ସଦଗତି କାମନା କରି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଏକ ସାମୁହିକ ଦ୍ଵୀପ ଦାନ ଭୁବନେଶ୍ୱର ସ୍ଥିତ ଶ୍ରୀ ରାମ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ସେହିଭଳି ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ଯୋଗୁଁ ବାତିଲ ହୋଇଥିବା ଟ୍ରେନ ଯାତ୍ରୀମାନଙ୍କୁ ଭୁବନେଶ୍ୱର ରେଳ ଷ୍ଟେସନଠାରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହାୟତାରେ ସେମାନଙ୍କୁ ପାଣି ଓ ବିସ୍କୁଟ ଦେବା ସହିତ ରେଳ ବିଭାଗର ଅଧିକାରୀ, ଭୁବନେଶ୍ୱର ମହାନଗର ନିଗମ ଅଧିକାରୀ ଏବଂ ଘରୋଇ ବସ୍ ସଙ୍ଘ ସହାୟତାରେ ସେମାନଙ୍କୁ ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ପଠାଇବାର ବ୍ୟବସ୍ଥା କରାଯାଇଥିଲା।
ସମସ୍ତ ସୁରକ୍ଷା ପ୍ରୋଟୋକଲ ଭାଙ୍ଗି ଦୁଃଖଦ ସମୟରେ ଲୋକଙ୍କ ସାଥିରେ ଠିଆ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶିକ୍ଷ୍ୟା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱନି ବୈଷ୍ଣବ। ରିଲିଫ କାର୍ଯ୍ୟର ସମୀକ୍ଷା, ଅଧିକାରୀଙ୍କ ସହ ଅଲୋଚନା,ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ପ୍ରଧାନମନ୍ତ୍ରୀ ଓ ଦୁଇ କେନ୍ଦ୍ର ମନ୍ତ୍ରୀ ମହୋଦୟ ଏଥିପାଇଁ ତାଙ୍କୁ ଓଡ଼ିଶା ବାସୀଙ୍କ ପକ୍ଷରୁ ଆନ୍ତରିକ ଧନ୍ୟବାଦ ବୋଲି ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ କହିଛନ୍ତି।

ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ଶେଖର ଛୋଟରାୟ,ଦିଲ୍ଲୀପ ବେହେରା, ଜିଲ୍ଲା ଉପ ସଭାପତି ସୁଶାନ୍ତ ସାବତ, ବିଭାସ ସେନଗୁପ୍ତା, ରାଜେନ୍ଦ୍ର ଦାସ, ତୃପ୍ତି ମଇ ମକଦମ୍, ସୁର ଜେନା, ମନୋରଞ୍ଜନ ସ୍ବାଇଁ,ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ଜିତେନ୍ଦ୍ର ମହାନ୍ତି, ଅମରଜ୍ୟୋତି ଜଗଦ୍ଦେବ, ଅରୁଣ ପୁରହିତ, ସଶିପ୍ରଭା ରଥ, ଜଗନ୍ନାଥ ବେହେରା, ଅଞ୍ଜନ ନାଥ, ବିଜୟ ରାଉତ , ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସୁନିଲ ପ୍ରଧାନ, ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ମନୋଜ ପଶ୍ଚିମକବାଟ ଜିଲ୍ଲା ସମ୍ପାଦକ ଉନ୍ନତି ପରିଡ଼ା, ଆଶିଷ ମହାପାତ୍ର, ବିନ୍ଦୁଲତା ବଳିୟାରସିଂ, ରଜନୀ ବାଳା ଦାସ, ବିଜେପି ନେତ୍ରୀ ବନ୍ଦନା କାନୁନଗୋ, ତୁଳସୀ ବିଶୋଇ, ଜୟନ୍ତୀ କର ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.