ଜମ୍ମୁ-କାଶ୍ମୀର ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ୪୪ ଜଣିଆ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି । ପ୍ରଥମ ପର୍ଯ୍ୟାୟ ପାଇଁ ୧୫, ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୧୦ ଜଣିଆ ପ୍ରାର୍ଥୀ ଓ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୯ ଜଣିଆ ପ୍ରାର୍ଥୀ ତାଲିକା ଜାରି ହୋଇଛି। ଆଜି ବିଜେପି ଜମ୍ମୁକଶ୍ମୀର ବିଧାନସଭା ନିର୍ବାଚନ ପାଇଁ ୪୪ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲା। କିନ୍ତୁ କିଛି ସମୟ ପରେ ପରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଛି।

ଦଳ ନିଜ ସୋଶାଲ ମିଡିଆ ହ୍ୟାଣ୍ଡେଲରୁ ମଧ୍ୟ ଏହି ପ୍ରାର୍ଥୀ ତାଲିକାକୁ ହଟାଇ ଦେଇଛି। ଏହି ତାଲିକାରେ ବିଜେପି କିଛି ପରିବର୍ତ୍ତନ କରିବାକୁ ଯାଉଥିବା ସୂଚନା ମିଳିଛି। ତେବେ ସୂଚନା ମୁତାବକ, ସୋମବାର ପୂର୍ବାହ୍ନରେ ବିଜେପି ପକ୍ଷରୁ ମୋଟ ୪୪ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଥିଲା। ଏଥିରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୫ ଜଣ, ୨ୟ ପର୍ଯ୍ୟାୟର ୧୦ ଜଣ ଏବଂ ୩ୟ ପର୍ଯ୍ୟାୟର ୧୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା। କିନ୍ତୁ କିଛି ସମୟ ପରେ ଦଳ ପକ୍ଷରୁ ସମସ୍ତ ପ୍ରାର୍ଥୀଙ୍କ ନାମ ସମ୍ବଳିତ ତାଲିକା ପ୍ରତ୍ୟାହାର କରିନିଆଯାଇଥିଲା। ଏହାର କିଛି ସମୟ ପରେ ପୁନର୍ବାର ଏକ ନୂଆ ତାଲିକା ଜାରି କରାଯାଇଛି, ଯେଉଁଥିରେ କେବଳ ୧୫ ପ୍ରାର୍ଥୀଙ୍କ ନାମ ରହିଛି।

ଏହି ପ୍ରାର୍ଥୀମାନେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପ୍ରତିଦ୍ଵନ୍ଦ୍ଵିତା କରିବେ। ପୂର୍ବ ତାଲିକାରେ ଯେଉଁ ୧୫ ପ୍ରାର୍ଥୀଙ୍କ ନାମ ରହିଥିଲା, ନୂଆ ତାଲିକାରେ ମଧ୍ୟ ସେହିମାନଙ୍କ ନାମ ରହିଛି। ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ମୋଟ ୯୦ଟି ଆସନରେ ଭୋଟିଂ ହେବ।ସେପ୍ଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବାକୁ ଥିବା ବେଳେ, ମୋଟ ୩ଟି ପର୍ଯ୍ୟାୟରେ ମତଦାନ କରିବେ ଭୋଟର୍।

Leave A Reply

Your email address will not be published.