ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲା ରାଜ୍ୟ ବିଜେପି

0

ଓଡ଼ିଆ ନ୍ୟୁଜ୍: -ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ ରାଜ୍ୟ ବିଜେପି ସଭାପତି।ଅଭିଳାଷ ପଣ୍ଡା- ଭାରତୀୟ ଯୁବ ମୋର୍ଚ୍ଚା ସଭାପତି। ଡ. ଐଶ୍ବର୍ଯ୍ୟା ବିଶ୍ବାଳ- ମହିଳା ମୋର୍ଚ୍ଚା ସଭାପତି।ଶୁଭ୍ରାଂଶୁ ମୋହନ ପାଢ଼ୀ- କୃଷକ ମୋର୍ଚ୍ଚା ସଭାପତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଘୋଷଣା ହେଲା ବିଜେପିର୭ ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀଙ୍କ ନାମ।

ଡକ୍ଟର ଐଶ୍ବର୍ଯ୍ୟା ବିଶ୍ବାଳ ମହିଳା ମୋର୍ଚ୍ଚା ଓ ଅଭିଳାଷ ପଣ୍ଡା ଯୁବମୋର୍ଚ୍ଚା ସଭାପତି ପଦ ବଜାୟ ରଖିଲେ। ଏଣେ ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କୁ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି, ପ୍ରଦ୍ୟୁମ୍ନ ନାୟକଙ୍କୁ ଓବିସି ମୋର୍ଚ୍ଚା ସଭାପତି, ବାଇଧର ମଲ୍ଲିକଙ୍କୁ ଏସସି ମୋର୍ଚ୍ଚା ସଭାପତି, କାନ୍ଦେରା ସୋରେନ୍ ଏସଟି ମୋର୍ଚ୍ଚା ସଭାପତି, ଗୁରିନ୍ଦର ସିଂହଙ୍କୁ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଭାବେ ଦାୟିତ୍ବ ଦିଆଯାଇଛି।

Leave A Reply

Your email address will not be published.