ଝାରସୁଗୁଡା ଉପନିର୍ବାଚନରେ ବିଜେପିର ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଳମ୍ବରେ ହେଲେ ବି ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ ଭାବେ ଚୟନ କରିଛି  ବିଜେପି ।ଝାରସୁଗୁଡାର ବିଧାୟକ ନବ କିଶୋର ଦାସଙ୍କ ମୃତ୍ୟୁ ପରେ ଉକ୍ତ ଆସନ ଖାଲି ପଡିଥିଲା। ଫଳରେ ଆଗାମୀ ଦିନରେ ଏହି ଆସନରେ ନିର୍ବାଚନ ହେବ। ଏହି ଆସନ ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ପୂର୍ବରୁ କଂଗ୍ରେସ ଓ ବିଜେଡି ସେମାନଙ୍କ ଦଳୀୟ ପ୍ରାର୍ଥୀ ଘୋଷଣା କରିଥିବାବେଳେ ବିଜେପି ବିଳମ୍ବରେ ବୁଧବାର ତା’ର ପ୍ରାର୍ଥୀ ଘୋଷଣା କରିଛି। ଟଙ୍କଧର ତ୍ରିପାଠୀ ବିଜେପିରୁ ଏହି ଆସନରେ ଲଢ଼ିବା ସ୍ପଷ୍ଟ ହୋଇଛି। ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟରୁ ଏହି ସୂଚନା ମିଳିଛି। କଂଗ୍ରେସରୁ ତରୁଣ ପାଣ୍ଡେ ଓ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ସ୍ବର୍ଗତ ନବ କିଶୋର ଦାସଙ୍କ ଝିଅ ଦିପାଳୀ ଦାସ। ବିଜେଡି ଓ ବିଜେପି ଯୁବ ଚେହେରାଙ୍କୁ ଏହି ଆସନରେ ପ୍ରାର୍ଥୀ କରିଛି। ଏହି ନିର୍ବାଚନ ପାଇଁ ସାଧାରଣତଃ ତ୍ରିମୁଖୀ ଲଢ଼େଇ ହେବାକୁ ଯାଉଥିବା କୁହାଯାଇଛି।

ରାତି ପାହିଲେ ଆରମ୍ଭ ହେବ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା । ଗୋଟେପଟେ ବିଜେଡି ନିର୍ବାଚନ ପାଇଁ ରଣହୁଙ୍କାର ଦେଇଥିବା ବେଳେ ବିରୋଧୀ କିନ୍ତୁ ଅଛନ୍ତି ବ୍ୟାକଫୁଟରେ । ରାଜ୍ୟ ରାଜନୀତିରେ ସିରିୟସ ପାର୍ଟି କୁହାଯାଉଥିବା ଶାସକ ବିଜେଡି କୌଣସି ସୁଯୋଗକୁ ଛାଡିବାକୁ ଚାହୁଁନି। ତେଣୁ ଅନ୍ୟ ନିର୍ବାଚନ ଭଳି ଝାରସୁଗୁଡ଼ା ଉପନିର୍ବାଚନକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇ ଜୋରଦାର ପ୍ରଚାର ଆରମ୍ଭ କରିଛି ଦଳ। ବରିଷ୍ଠ ମନ୍ତ୍ରୀ ନେତା ବିଧାୟକଙ୍କୁ ପର୍ଯ୍ୟବେକ୍ଷକ ଦାୟୀତ୍ୱ ଦେବା ପରେ ତୃଣମୂଳ ସ୍ତରରେ ନିଜର ଛାତ୍ର ଯୁବ ଓ ମହିଳା ସଂଗଠନର ରାଜ୍ୟସ୍ତରୀୟ ନେତାଙ୍କୁ କ୍ରିୟାଶୀଳ କରିଛି ଦଳ। ବିଭିନ୍ନ ନିର୍ବାଚନୀ ସଭାରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ବରିଷ୍ଠ ନେତା ପ୍ରଚାର ଆରମ୍ଭ କରିଛନ୍ତି। ଏପରିକି ବିଭିନ୍ନ ବ୍ଲକରେ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଛି। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ପର୍ଯ୍ୟବେକ୍ଷକ ଥିବା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଟୁକୁନି ସାହୁ ପ୍ରମୁଖ ପ୍ରଚାରରେ ଲାଗି ପଡିଛନ୍ତି।ବିଜେଡି ନିଜ ସପକ୍ଷରେ ନିର୍ବାଚନୀ ବାତାବରଣ ତିଆରି କରିବା ପ୍ରକ୍ରିୟାକୁ ଜୋରଦାର କରିଛି। ସେପଟେ ବିରୋଧୀ କିନ୍ତୁ ବହୁ ପଛରେ ପଡିଯାଇଥିବା କୁହାଯାଉଛି। କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରି ନେତାଙ୍କୁ ଦାୟୀତ୍ୱ ବାଣ୍ଟିଛି। କିନ୍ତୁ ଝାରସୁଗୁଡ଼ାର ତୃଣମୂଳ ସ୍ତରରେ କଂଗ୍ରେସ ବିଶେଷ ପ୍ରଭାବି ପ୍ରଚାର ଦେଖିବାକୁ ମିଳୁନି। ଏହି କ୍ରମରେ । ଦଳ କୌଣସି ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବିଶେଷ ଦେଖାଯାଉନି। ତେଣୁ ଏଭଳି ସ୍ଥିତିରେ ବିଜେଡି ବହୁ ଆଗରେ ଥିବା ଦେଖାଯାଇଛି ।
ଏପଟେ ଏହାର ରେଜଲ୍ଟ ଆସନ୍ତା ମେ ୧୩ ତାରିଖରେ ଆସିବ । ତେବେ ଉପ ନିର୍ବାଚନ ପାଇଁ ଶାସକ ବିଜେଡି ବିରୋଧୀଙ୍କୁ ପଛରେ ପକାଇ ଆଗ ପ୍ରାର୍ଥୀ ଘୋଷଣା କରିଛି । ଦିବଙ୍ଗତ ନେତା ନବ ଦାସଙ୍କ ଝିଅକୁ ଦଳ ପ୍ରାର୍ଥୀ କରିବା ସହ ଅନୁକମ୍ପା ଭୋଟ୍ ହାତେଇବାକୁ ଲକ୍ଷ୍ୟ ରଖିଛି । ତେବେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେପି ମଧ୍ୟ ଆଜି ତାର ପ୍ରାର୍ଥୀ ଘୋଷଣା କରିବ । ବିଜେପିର ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ନାଁ ସର୍ବାଗ୍ରେ ଅଛି । ଖୁବଶୀଘ୍ର ଏନେଇ ଦଳ ପକ୍ଷରୁ ଘୋଷଣା କରାଯିବ ବୋଲି କହିଛନ୍ତି ବିଧାୟକ ସୁବାସ ପାଣିଗ୍ରାହୀ । ଝାରସୁଗୁଡାରେ ଟଙ୍କଧର ସଙ୍ଗଠନ କରି ଆସୁଛନ୍ତି । ତେବେ ଏନେଇ ଦଳ ପକ୍ଷରୁ ଚୂଡାନ୍ତ ନିଷ୍ପତ୍ତି ଆସିଲେ ସ୍ପଷ୍ଟ ହେବ ବୋଲି କହିଛନ୍ତି ସୁବାସ । ଝାରସୁଗୁଡାରେ ବିଜେପିର ବିଜୟ ନିଶ୍ଚିତ ବୋଲି ସୁବାସ କହିଛନ୍ତି । କାରଣ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ଲୋକଙ୍କ ମନରେ ଆକ୍ରୋଶ ରହିଛି ।

Leave A Reply

Your email address will not be published.