ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଉରକେଲା ଷ୍ଟିଲ୍ପ୍ଲାଣ୍ଟରେ ଶନିବାର ବଡ଼ଧରଣର ବିସ୍ଫୋରଣ ଘଟିଛି । ଷ୍ଟିଲ୍ପ୍ଲାଣ୍ଟର ଏସ୍ଏମ୍ଏସ୍- ୧ ୟୁନିଟରେ ବିସ୍ଫୋରଣ ଘଟିଥିବା କୁହାଯାଉଛି । ଏହି ବିସ୍ଫୋରଣ ଯୋଗୁ ୫ ଶ୍ରମିକ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି |
ଗୁରୁତର ଆହତ ହୋଇଥିବା ଶ୍ରମିକଙ୍କୁ ଉଦ୍ଧାର କରି ରାଉରକେଲା ଆଇଜିଏଚ୍ ମେଡିକାଲରେ ଭର୍ତ୍ତି କରାଯାଇଛି । ଷ୍ଟିଲ୍ପ୍ଲାଣ୍ଟର ଏସ୍ଏମ୍ଏସ୍- ୧ ୟୁନିଟରେ କିଭିଳି ବିସ୍ଫୋରଣ ଘଟିଲା ତାହାର କାରଣ ଅସ୍ପଷ୍ଟ ରହିଛି । ସୂଚନା ମୁତାବକ, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଏସ୍ଏମ୍ଏସ୍-୧ ୟୁନିଟ୍ରେ ଏହି ବିସ୍ଫୋରଣ ହୋଇଛି। ସକାଳ ପ୍ରାୟ ସାଢେ ୯ଟା ବେଳେ ଏହି ଅଘଟଣ ଘଟିଛି।
ଗୁରୁତର ୫ ଶ୍ରମିକଙ୍କୁ ତୁରନ୍ତ ଆଇଜିଏଚ୍ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଗୁରୁତରମାନେ ହେଲେ ହେମନ୍ତ କୁମାର ମେହର, ଭାଗବତ ମୁର୍ମୂ, ଜି.ବି କାଲୋ, କେ.କେ ବାରିକ ଓ ପ୍ରଦୀପ ଇକ୍କା । ତେବେ କିପରି ଓ କାହିଁକି ଏହି ବିସ୍ଫୋରଣ ଘଟିଲା ସେ ନେଇ ଷ୍ଟିଲ୍ ପ୍ଲାଣ୍ଟ କର୍ତ୍ତୃପକ୍ଷ କୌଣସି ସୂଚନା ଦେଇ ନାହାନ୍ତି।
Comments are closed.