ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଇରଙ୍ଗପୁର ବ୍ଲକ ଓ ମ୍ଯୁନିସିପାଲିଟି କୁ ନେଇ ଗଠିତ ବ୍ଲକ ସ୍ତରୀୟ ସୁରଭି ୨୦୨୪ ଅନୁଷ୍ଠିତ ହୋଇଯାଇଛି | ଉଦଘାଟନୀ କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ରୂପେ ବିଜାତଳା ବିଇଓ ନେଫଲ ମୁଣ୍ଡା , ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରାମଚନ୍ଦ୍ର ହେମ୍ବ୍ରମ ଯୋଗ ଦେଇଥିଲା ବେଳେ ରାଇରଙ୍ଗପୁର ଭାରପ୍ରାପ୍ତ ବିଇଓ ଯଜ୍ଞେଶ୍ବର ଜେନା ସଭାପତିତ୍ବ କରିଥିଲେ | ରାଇରଙ୍ଗପୁର ବ୍ଲକ ଓ ମ୍ଯୁନିସିପାଲିଟି ର ୧୨ଟି କ୍ଲଷ୍ଟର ରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା |
ଉଦଯାପନୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ ମୟୂରଭଂଜ ସାଂସଦ ନବ ଚରଣ ମାଝୀ, ମୁଖ୍ଯ ବକ୍ତା ରୂପେ ରାଇରଙ୍ଗପୁର ଉପଖଣ୍ଡ ଥାନାଧିକାରୀ ଗୋକୁଳାନନ୍ଦ ସାହୁ, ସ୍ବତନ୍ତ୍ର ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ସମ୍ମାନିତ ଅତିଥି ରୂପେ ତିରିଂ ବ୍ଲକର ଅବସରପ୍ରାପ୍ତ ବିଆରସିସି ନେପାଳ ଚନ୍ଦ୍ର ସାହୁ, ରାଇରଙ୍ଗପୁର ଉଚ୍ଚ ବାଳିକା ବିଦ୍ଯାଳୟର ପ୍ରଧାନ ଶିକ୍ଷୟତ୍ରୀ ଋଷିପ୍ରଭା ମହାନ୍ତ, ଏବିଓ କାର୍ତ୍ତିକ ଚନ୍ଦ୍ର କାରୁଆ ଓ ହେମ ମାଝୀ ପ୍ରମୁଖ ଉଦବୋଧନ ଦେଇ ଛାତ୍ରଛାତ୍ରୀମାନଙ୍କ ଅନ୍ତନିହିତ ଗୁଣାବଳୀର ବିକାଶ ସୁରଭି କାର୍ଯ୍ଯକ୍ରମ ମାଧ୍ଯମରେ ସାଧିତ ହେଉଥିବା ଛାତ୍ରଛାତ୍ରୀମାନଙ୍କ ଭବିଷ୍ଯତ ସମ୍ବନ୍ଧରେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ | କାର୍ଯ୍ଯକ୍ରମ ପ୍ରାରମ୍ଭରେ ନିପୁଣ ଓଡିଶା ୨୦୨୪ର ଲୋଗୋ ଉପସ୍ଥିତ ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା |
ଚଳିତ ବର୍ଷ ଓଡିଶା ପ୍ରଶାସନିକ ସେବାରେ ସଫଳତା ପାଇଥିବା ୮ ଜଣ କୁତୀ ଯୁବ ପ୍ରତିଭା ମାନଙ୍କୁ ଅତିଥିମାନଙ୍କ ଦ୍ବାରା ସମ୍ବନ୍ଧିତ କରାଯାଇଥିଲା | ସାସ୍କୁତିକ କାର୍ଯ୍ଯକ୍ରମରେ ଚଳିତ ବର୍ଷର ବିଷୟବସ୍ତୁ ଓଡିଶାର ଲୋକକଳା ଉପରେ ଚିତାକର୍ଷକ ନୁତ୍ଯ ପ୍ରଦର୍ଶନ କରି ବଡଗାଁ ଉଚ୍ଚ ପ୍ରାଥମିକ ବିଦ୍ଯାଳୟର ଛାତ୍ରୀମାନେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରୀୟ ସୁରଭି ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ | ଚଳିତ ବର୍ଷ ଠାରୁ ନୂତନ ଭାବେ ପ୍ରଚଳିତ ହୋଇଥିବା ଶ୍ରେଷ୍ଠ ଶିକ୍ଷକ ଭାବେ ଭାଲୁବସା ବିଦ୍ଯାଳୟ ପ୍ରଧାନ ଶିକ୍ଷୟତ୍ରୀ ଦୀପ୍ତି ରେଖା ମହାନ୍ତି ଓ ଶ୍ରେଷ୍ଠ ସିଆରସିସି ଭାବେ ଅଜିତ ମଣ୍ଡଳ ମୁଖ୍ଯ ଅତିଥିଙ୍କ ଠାରୁ ଉତ୍ତରୀୟ ଓ ପ୍ରଶଂସା ପତ୍ର ଗ୍ରହଣ କରିଥିଲେ | କାର୍ଯ୍ଯକ୍ରମ ପ୍ରାରମ୍ଭରେ ରାଇରଙ୍ଗପୁର ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିରର ଗୁରୁମା ବବିତା କଲିଆର ଙ୍କ ନିର୍ଦ୍ଦେଶନାରେ ଶିଶୁ ଭଉଣୀମାନେ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ ତଥା ରାଇରଙ୍ଗପୁର ହାଇସ୍କୁଲର ବିଜ୍ଞାନ ଶିକ୍ଷକ ରଂଜନ କୁମାର ନନ୍ଦ ମଞ୍ଚ ପରିଚାଳନା କରିଥିଲେ |
Comments are closed.