ଓଡ଼ିଆ ନ୍ୟୁଜ୍: ଆରପାରିରେ ବଲିଉଡର ଲୋକପ୍ରିୟ ଅଭିନେତା ସତୀଶ ଶାହ। ୭୪ ବର୍ଷୀୟ ସତୀଶ ଦୀର୍ଘଦିନ ଧରି କିଡ୍ନୀଜନିତ ରୋଗରେ ଆକ୍ରାନ୍ତ ଥିଲେ।୧୦୦ରୁ ଅଧିକ ଫିଲ୍ମରେ ହାସ୍ୟଭିନେତା ଭୂମିକାରେ ନଜର ଆସିଥିଲେ ସତୀଶ।ସରାଭାଇ Vs ସରାଭାଇ ସିରିଏଲ୍ ପାଇଁ ଘରେ ଘରେ ପରିଚିତ ଥିଲେ। ଭେଟେରାନ ଅଭିନେତା ସତୀଶ ଶାହାଙ୍କ ଶନିବାର ଅପରାହ୍ନରେ ପରଲୋକ ଘଟିଛି। ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
ସରାଭାଇ Vs ସରାଭାଇ’, ଜାନେ ଭି ଦୋ ୟାରୋ ଏବଂ ମୈ ହୁଁ ନା’ରେ ତାଙ୍କ ଦମ୍ଦାର ଅଭିନୟ ପାଇଁ ସେ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ। ୧୦୦ରୁ ଅଧିକ ଫିଲ୍ମରେ ହାସ୍ୟାଭିନେତା ଭୂମିକାରେ ନଜର ଆସିଥିଲେ ସତୀଶ । ଏହି ୭୪ ବର୍ଷୀୟ ଭେଟେରାନ ଅଭିନେତା କିଡ୍ନୀ ଜନିତ ରୋଗ ସହିତ ସଂଘର୍ଷ କରୁଥିଲେ। ଏପରିକି ତାଙ୍କର କିଡ୍ନୀ ପ୍ରତିରୋପଣ ବି କରାଯାଇଥିଲା।