ନୂଆଦିଲ୍ଲୀ (ବ୍ୟୁରୋ): ୫୯ ବର୍ଷ ବୟସରେ ଅଷ୍ଟମ ଥର ପାଇଁ ବାପା ହେଲେ ବ୍ରିଟେନର ପୁର୍ବତ୍ତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ । ଗତ ସପ୍ତାହରେ ବୋରିସ୍ ଓ କାରୀଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି । ଗତକାଲି ମା’ ହେବା ଖବର ଇଷ୍ଟାଗ୍ରାମରେ ସେୟାର କରିଛନ୍ତି ବୋରିସ୍ଙ୍କ ଧର୍ମପତ୍ନୀ କାରୀ ।
ସେ ଲେଖିଛନ୍ତି ଯେ, ଜୁଲାଇ ୫ ସକାଳ ୯:୧୫ରେ ଫ୍ରାଙ୍କ୍ ଅଲଫ୍ରର୍ଡ ଓଡିସିୟସ ଜନସନଙ୍କର ଏହି ଦୁନିଆକୁ ସ୍ୱାଗତ କରାଯାଇଛି । ଏହାସହ ୟୁନିଭରସିଟି କଲେଜ ଲଣ୍ଡନ ହସ୍ପିଟାଲ ଜାତୀୟ ସ୍ୱାସ୍ଥ୍ୟ ସେବା ତରଫରୁ ଅବିଶ୍ୱାସନୀୟ ମାତୃତ୍ୱ ଟିମକୁ କାରୀ ଧନ୍ୟବାଦ ଦେଇଛନ୍ତି ।