ବ୍ରାହ୍ମଣୀ ଡଙ୍ଗାବୁଡ଼ି ଘଟଣା, ନଦୀରୁ ନାଉରିଆଙ୍କ ମୃତଦେହ ଉଦ୍ଧାର

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ବ୍ରାହ୍ମଣୀ ନଦୀର ଡଙ୍ଗାବୁଡି ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଛି । ନିଜ ଜୀବନକୁ ବାଜି ଲଗାଇ ୨ଜଣଙ୍କ ଜୀବନ ବଂଚାଇଥିଲେ ନାଉରିଆ । ହେଲେ ପାଣିର ପ୍ରଖର ସ୍ରୋତରୁ ନିଜେ ବଂଚିବାରେ ସକ୍ଷମ ହେଲେନି ନାଉରିଆ ସୁଦର୍ଶନ ସ୍ୱାଇଁ । ଆଉ ଜଣେ ଯାତ୍ରୀଙ୍କୁ ବଂଚାଇବାକୁ ଯାଇ ନଈର ପ୍ରଖର ବୁଡି ଯାଇଥିଲେ ନାଉରିଆ ସହ ଅନ୍ୟ ଜଣେ ଯାତ୍ରୀ । ନାଉରିଆଙ୍କ ସାହାସ ପାଇଁ ୨ ଯାତ୍ରୀ ଜୀବନ ପାଇଯାଇଥିଲେ ସିନା ହେଲେ ସବୁଦିନ ପାଇଁ ପ୍ରଖର ସ୍ରୋତରେ ନିଜ ପରିବାରଠୁ ବହୁ ଦୂରକୁ ଚାଲିଯାଇଛନ୍ତି ସୁଦର୍ଶନ ।

ସୂଚନା ଅନୁସାରେ ଗତକାଲି ସୁଦର୍ଶନ ୩୦ ଜଣ ଯାତ୍ରୀଙ୍କୁ ଧରି ଡଙ୍ଗାରେ ଏକମାଣିଆ ପଂଚାୟତରୁ ରାଜନଗର କେରଡାଗଡକୁ ଯାଉଥିଲେ । ମାତ୍ର ଡଙ୍ଗାଟି କୂଳରୁ କିଛି ବାଟ ଯିବା ପରେ ହଠାତ୍‌ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଡଙ୍ଗାରେ ଥିବା ଯାତ୍ରୀମାନେ ନଦୀରେ ଖସି ପଡିଥିଲେ । ଗ୍ରାମବାସୀ ଓ ନାଉରୀ ସୁଦର୍ଶନ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ହେଲେ ୪ ଜଣ ଯାତ୍ରୀଙ୍କୁ ଉଦ୍ଧାର କରିବା ପରେ ନାଉରୀ ସୁଦର୍ଶନ ସ୍ୱାଇଁ ନିଜେ ନିଖୋଜ ହୋଇଯାଇଥିଲେ । ସେହିପରି ନାବାଳକ ଦେବେନ୍ଦ୍ର ବେହେରା ମଧ୍ୟ ନିଖୋଜ ହୋଇଯାଇଥିଲେ । ରାତି ପାହିଲେ ଯେଉଁ ନଦୀକୁ ଭରସା କରି ସେ ଜୀବନ ଗାଡି ଗଡାଇ ଚାଲିଥିଲେ, ସେହି ନଦୀରେ ହିଁ ବୁଡି ସେ ଶେଷ ନିଶ୍ୱାସ ତ୍ୟାଗ କଲେ । ଗତକାଲିଠୁ ବୁଡିଥିବା ନାଉରିଆଙ୍କର ଆଜି ମୃତଦେହ ଉଦ୍ଧାର ପରେ କାନ୍ଦ ବୋବାଳିରେ ଫାଟି ପଡୁଛି ପୂରା ଗାଁ ।

 

Leave A Reply

Your email address will not be published.