ସେପ୍ଟେମ୍ବର ୫ରେ ବ୍ରିଟେନ୍ ପାଇବ ନୂଆ ପ୍ରଧାନମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପ୍ରଧାନମନ୍ତ୍ରୀ ପଦରୁ ବୋରିସ ଜନସନଙ୍କ ଇସ୍ତଫା ପରେ କିଏ ହେବ ଆଗାମୀ ପ୍ରଧାନମନ୍ତ୍ରୀ ତାକୁ ନେଇ ଚାଲିଥିଲା କଳ୍ପନାଜଳ୍ପନା । ଯାହା ବର୍ତ୍ତମାନ ସୂଚନା ଆସୁଛି ଖୁବଶୀଘ୍ର ବ୍ରିଟେନକୁ ମିଳିବେ ନୂଆ ପ୍ରଧାନମନ୍ତ୍ରୀ । ପୂବ୍ରତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପଦରୁ ଇସ୍ତଫା ଦେବା ପରେ ନୂଆ ପ୍ରଧନମନ୍ତ୍ରୀଙ୍କୁ ନେଇ ସୂଚନା ଜାରି କରିଛି ପ୍ରଶାସନ । ଆସନ୍ତା ସେପ୍ଟେମ୍ବର ୫ ତାରିଖରେ ଦେଶର ନୂଆ ପ୍ରଧାନମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ । ତେବେ କିଏ ବ୍ରିଟେନର ନୂଆ ମୁଖିଆ ହେବେ ସେ ନେଇ ଆରମ୍ଭ ହୋଇଛି ଆଲାଚନା ।

ସେପ୍ଟମ୍ବର ୫ ତାରିଖରେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀଙ୍କ ନାଁ ଘୋଷଣା ହେବା ନେଇ ଖବର ପ୍ରକାଶ ପାଇଛି । ଏ ନେଇ କନଜରଭେଟିଭ ପାର୍ଟ ତରଫରୁ ସୂଚନା ଜାରି କରାଯାଇଛି । ଗତ ଜୁଲାଇ ୭ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ନିଜ ପଦରୁ ଇସ୍ତଫା ଦେବା ପରେ ଦେଶ ପାଇଁ ନୂଆ ମୁଖିଆ ଖୋଜୁଛି ବ୍ରିଟେନ । ତେବେ ଏହି ପ୍ରଧାନମନ୍ତ୍ରୀ ଦୌଡ ତାଲିକାରେ ୧୧ ରୁ ଅଧିକ ଜଣ ମନ୍ତ୍ରୀ ରହିଛନ୍ତି । ଏହି ରେସର ସବୁଠୁ ଆଗରେ ରହିଛନ୍ତି ପୂର୍ବତନ ମନ୍ତ୍ରୀ ରୁଷି ସୁନକ । ବୋରିସଙ୍କ ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ମିଳିବା ନେଇ ଅନେକ ଚର୍ଚ୍ଚା ଲାଗି ରହିଛି । ତେବେ ପ୍ରଧାନମନ୍ତ୍ରୀ ତାଲିକାରେ ପ୍ରଥମେ ଅଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ । ତେବେ କିଏ ପ୍ରଧାନମନ୍ତ୍ରୀ ହେଉଛନ୍ତି, ତାହା ଉପରେ ସାରା ବିଶ୍ୱର ନଜର ।

 

Leave A Reply

Your email address will not be published.