ଆଇଆଇଟି କ୍ୟାମ୍ପସରୁ ବିଟେକ୍ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୫ ମହଲା ଛାତରୁ ଡେଇଁ ପଡ଼ିଲେ ଭୁବନେଶ୍ୱର ଆଇଆଇଟି ଛାତ୍ରୀ। ଅରୁଗୁଳ ଆଇଆଇଟି କ୍ୟାମ୍ପସରୁ ଜଣେ ତୃତୀୟ ବର୍ଷ ବିଟେକ୍ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଛାତ୍ରୀଙ୍କ ଘର ଦିଲ୍ଲୀରେ ଥିବା ବେଳେ ତାଙ୍କ ନାମ କ୍ରୀତିକା ରାଜ ବୋଲି ସୂଚନା ରହିଛି।

ସୂଚନା ଅନୁଯାୟୀ, ଛାତ୍ରୀଜଣଙ୍କ ହଷ୍ଟେଲ ଛାତ୍ରରୁ ଡେଇଁ ଜୀବନ ହାରିଥିବା ସୂଚନା ରହିଛି। ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଆଇଆଇଟି କ୍ୟାମ୍ପସ ଭିତରେ ଜୋରରେ ଶବ୍ଦ ହୋଇଥିଲା। ସିକ୍ୟୁରିଟି ଗାର୍ଡ ସହ ଅନ୍ୟ ଅଧିକାରୀ ସେଠାରେ  ଛାତ୍ରୀ ଜଣଙ୍କ ତଳେ ପଡ଼ିଥିବାର ଦେଖିବାକୁ ପାଇଥିଲେ। ପରେ ରିତିକାଙ୍କୁ  ତତକ୍ଷଣାତ୍ ଉଦ୍ଧାର କରାଯାଇ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା।

ହେଲେ ସେଠାରେ ଡାକ୍ତର ଛାତ୍ରୀଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡି ନଥିବାବେଳେ ଛାତ୍ରୀ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। କ୍ରିତିକା ୧୦ ଦିନ ପୂର୍ବରୁ ତାଙ୍କ ଘରକୁ ଯାଇଥିଲେ ଏବଂ ଫେରିବା ପରେ ସବୁବେଳେ ଚୁପ୍ ରହୁଥିଲେ। ସେପଟେ ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନାକୁ ପଠାଇ ଦେଇଛି। ଅଧିକ ତଦନ୍ତ ଚାଲିଛି।

Leave A Reply

Your email address will not be published.