ବେଗୁନିଆପଡା ବ୍ଲକରେ ଭାରତୀୟ ମାନକ ବ୍ୟୁରୋ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବେଗୁନିଆପଡା ବ୍ଲକରେ ଭାରତୀୟ ମାନକ ବ୍ୟୁରୋ କାର୍ଯ୍ୟକ୍ରମ ଅନୁଷ୍ଠିତ | ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ସଭା ଗୃହରେ ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀଙ୍କ ତତ୍ୱାବଧାନରେ ଭାରତୀୟ ମାନକ ବ୍ୟୁରୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ର ରିଶୋର୍ସପର୍ସନ ରଞ୍ଜନ କୁମାର ସାହୁ ଯୋଗଦେଇ ବ୍ୟବହୃତ ପ୍ରତ୍ୟେକ ସାମଗ୍ରୀ କ୍ରୟ କଲା ବେଳେ ପ୍ୟାକେଟରେ ଥିବା ବାର କୋର୍ଡ ଦେଖି କ୍ରୟ କରିବା ଉଚିତ, ଆଜି କାଲି ମାର୍କେଟ ରେ ଅନେକ ଅସାଧୁ ବ୍ୟବସାୟୀ ବିଭିନ୍ନ ପ୍ରକାରର ଡୁପ୍ଲିକେଟ ସାମଗ୍ରୀ ବିକ୍ରି କରୁଛନ୍ତି । ଯାହାର ବ୍ୟବହାର କରିବା ଦ୍ୱାରା ଅନେକ କ୍ଷତି ହୋଇଥାଏ ବୋଲି ନିଜ ବକ୍ତବ୍ୟ ରେ କହିବା ସହ।

ଏକ ଆପ ଦ୍ୱାରା ତାହା ଓରିଜିନାଲ କିମ୍ବା ଏକ୍ସପାୟାର ହୋଇଛି କି ନାହିଁ ଜାଣିହେବ ବୋଲି କହିଥିଲେ । ଏଥିସହ ଡେମୋ କରୀ ଦେଖାଇ ଥିଲେ। ଏହିକାର୍ଯ୍ୟକ୍ରମ ରେ ବ୍ଲକ ଅଧକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼, ଏବିଡ଼ିଓ ନିରଞ୍ଜନ ବେହେରା, ଜିପିଡିଓ ଅଶୋକ କୁମାର ଜେନା ଙ୍କ ସମେତ ସମସ୍ତ ସରପଞ୍ଚ କନିଷ୍ଠ ଯନ୍ତ୍ରୀ ଓ ପି ଇ ଓ ମାନେ ଉପସ୍ଥିତ ଥିଲେ।

Comments are closed.