ଓଲଟିଲା ଯାତ୍ରୀବାହୀ ବସ୍‌; ୨୦ରୁ ଊର୍ଦ୍ଧ୍ବ ଗୁରୁତର

0

ଓଡ଼ିଆ ନ୍ୟୁଜ୍: କାମାକ୍ଷାନଗରରେ ଓଲଟିଲା ଯାତ୍ରୀବାହୀ ବସ୍‌; ୨୦ରୁ ଊର୍ଦ୍ଧ୍ବ ଗୁରୁତର । ତୁମୁସିଂହା ଥାନା କନ୍ତିଓକାଟେଣିଠାରେ ଓଲଟି ପଡ଼ିଲା ବସ୍ । ରେଙ୍ଗାଲିର ଶାଖା କେନାଲରେ ବସ୍‌ ଓଲଟିପଡ଼ିଥିବା ସୂଚନା । ପରଜଙ୍ଗ ଅଞ୍ଚଳରୁ ଭୁବନେଶ୍ବର ଯାଉଥିବା ବେଳେ ଦୁର୍ଘଟଣା ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିଲା ଘରୋଇ ବସ୍ । କାମାକ୍ଷାନଗର ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାର କାର୍ୟ୍ୟ ଜାରି ।

ଗୁରୁତରଙ୍କୁ ଅଁଳାବେରେଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ।କେନାଲକୁ ଓଲଟିଲା ଯାତ୍ରୀବାହୀ ବସ୍ । ସୂଚନା ଥାଉକି, ଢେଙ୍କାନାଳ ପରଜଙ୍ଗରୁ ଭୁବନେଶ୍ୱର ଯାଉଥିଲା ଜଗନ୍ନାଥ ନାମକ ଯାତ୍ରୀବାହୀ ବସ୍ । ତେବେ ମଝିରାସ୍ତାରେ ଭାରସାମ୍ୟ ହରାଇ କେନାଲ ଭିତରକୁ ଓଲଟି ପଡିଥିଲା ବସ୍‌ଟି । ଫଳରେ ଘଟଣାସ୍ଥଳରେ କିଛି ଯାତ୍ରୀ ଆହତ ହୋଇଥିଲେ । ସେମାନଙ୍କୁ ସଂଗେ ସଂଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.