ଉତ୍ତରାଖଣ୍ଡରେ ବଡ ଦୁର୍ଘଟଣା, ଅଳକାନନ୍ଦା ନଦୀକୁ ଖସିଲା ବସ୍

0

ଓଡ଼ିଆ ନ୍ୟୁଜ୍: ଉତ୍ତରାଖଣ୍ଡରେ ବଡ ଦୁର୍ଘଟଣା। ରୁଦ୍ରପ୍ରୟାଗରେ ନଦୀକୁ ଖସିଲା ବସ୍।ଅଳକାନନ୍ଦା ନଦୀକୁ ଖସିଲା ବସ୍।ବସରେ ଥିଲେ ୧୮ ଯାତ୍ରୀ।ଜଣେ ମୃତ, ୭ ଉଦ୍ଧାର।ନିଖୋଜ ଖୋଜୁଛି ସଦରଫ ଟିମ। ସୂଚନାଥାଉକି, ଏହି ଦୁର୍ଘଟଣା ବଦ୍ରିନାଥ ରାଜପଥରେ ଘଟିଛି । ଯେଉଁଠାରେ ଘୋଲଥିର ନିକଟରେ ବସଟି ନିୟନ୍ତ୍ରଣ ବାହାର କରି ଅଳକନନ୍ଦା ନଦୀକୁ ଖସି ପଡ଼ିଛି। ଦୁର୍ଘଟଣା ସମୟରେ ବସ୍‌ରେ ଯାତ୍ରୀ ମଧ୍ୟ ଥିଲେ। ବସଟି ପାହାଡ଼ ଉପରୁ ତଳକୁ ଗଡ଼ି ସିଧା ଅଳକନନ୍ଦା ନଦୀକୁ ଖସି ପଡ଼ିଥିଲା।

ଖରାପ ପାଗ ଓ ବର୍ଷା ଯୋଗୁଁ ନଦୀର ପ୍ରବାହ ବହୁତ ଜୋରରେ ଥିଲା। ଦୁର୍ଘଟଣା ସମୟରେ ପ୍ରାୟ ଚାରି-ପାଞ୍ଚ ଜଣ ବସରୁ ଛିଟିକି ପଡ଼ି ପାହାଡ଼ ଉପରେ ଫସି ରହିଛନ୍ତି । ଏହି ଲୋକମାନଙ୍କୁ ଉଦ୍ଧାର ପାଇଁ ମଧ୍ୟ ଚେଷ୍ଟା କରାଯାଉଛି। SDRF ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Leave A Reply

Your email address will not be published.