ଓଡ଼ିଆ ନ୍ୟୁଜ୍: କେନ୍ଦ୍ରୀୟ ସରକାରୀ କର୍ମଚାରୀ ଏବଂ ପେନ୍ସନଧାରୀଙ୍କ DA ୩% ବୃଦ୍ଧି।DA ଓ DR ୩% ବୃଦ୍ଧି ନେଇ ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ପିଛିଲା ଭାବେ ୧ ଜୁଲାଇ ୨୦୨୫ରୁ ଲାଗୁ ହେବ। ପ୍ରାୟ ୪୯ ଲକ୍ଷ କର୍ମଚାରୀ ଏବଂ ୬୫ ଲକ୍ଷ ପେନ୍ସନଧାରୀ ଉପକୃତ ହେବେ।ସରକାରଙ୍କୁ ୧୦ ହଜାର ୮୪ କୋଟି ଟଙ୍କା ଅତିରିକ୍ତ ଦେୟ ପଡ଼ିବ।
ଏହି ନିଷ୍ପତ୍ତି ଫଳରେ ପ୍ରାୟ ୪୯ ଲକ୍ଷ କେନ୍ଦ୍ରୀୟ ସରକାରୀ କର୍ମଚାରୀ ଏବଂ ୬୫ ଲକ୍ଷ ପେନ୍ସନଧାରୀ ଉପକୃତ ହେବେ। ଏହା ଦ୍ୱାରା ସରକାରଙ୍କୁ ଅତିରିକ୍ତ ୧୦,୦୮୪ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ। ଏହି ବୃଦ୍ଧି ମୂଲ୍ୟବୃଦ୍ଧିର ପ୍ରଭାବକୁ ମୁକାବିଲା କରିବା ଏବଂ କର୍ମଚାରୀ ଓ ପେନ୍ସନଧାରୀଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ଲକ୍ଷ୍ୟରେ କରାଯାଇଛି।