ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭୁଲ୍ ତଥ୍ୟ ତଥା ସୂଚନା ଦେଉଛି Wikipedia। ଏଭଳି କିଛି ଏକାଧିକ ଅଭିଯୋଗ ଆସିବା ପରେ ଉଇକିପିଡ଼ିଆ ଉପରେ ବର୍ଷିଛନ୍ତି କେନ୍ଦ୍ର ସରକାର। ଏଥିସହ ତାକୁ ନୋଟିସ୍ ପଠାଇ ଏହି ଅଭିଯୋଗ ଉପରେ ଜବାବ ମାଗିଛନ୍ତି। ଏହି ବିଜ୍ଞପ୍ତିରେ କେନ୍ଦ୍ର ସରକାର ଲେଖିଛନ୍ତି ଯେ, ଉଇକିପିଡ଼ିଆ ଦ୍ବାରା ପ୍ରଦାନ କରାଯାଇଥିବା ସୂଚନାରେ ଏକପାଖିଆ ଲେଖା ଏବଂ ବିଭ୍ରାନ୍ତିକର ତଥ୍ୟ ସମ୍ପର୍କରେ ଅନେକ ଅଭିଯୋଗ ଆସିଛି ।
ମଧ୍ୟସ୍ଥି ପରିବର୍ତ୍ତେ ଏହାକୁ ପ୍ରକାଶନ ଭାବରେ କାହିଁକି ଗ୍ରହଣ କରାଯିବା ଉଚିତ ନୁହେଁ ବୋଲି କେନ୍ଦ୍ର ପ୍ରଶ୍ନ କରିଛି । ଉଇକିପିଡ଼ିଆକୁ କେନ୍ଦ୍ର ଉତ୍ତର ମାଗିଛି । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ କହିଛି ଯେ ଧାରଣା ହେଉଛି ଏକ ଛୋଟ ଗୋଷ୍ଠୀ ଏହାର ପୃଷ୍ଠାଗୁଡ଼ିକ ଉପରେ ସମ୍ପାଦକୀୟ ନିୟନ୍ତ୍ରଣ କରିଥାଏ ।
କହିରଖୁଛୁ ଯେ, ଉଇକିପିଡ଼ିଆ ନିଜକୁ ଏକ ମାଗଣା ଅନଲାଇନ୍ ବିଶ୍ବକୋଶ ଭାବରେ ବର୍ଣ୍ଣନା କରେ, ଯେଉଁଠାରେ କୌଣସି ବି ବିଷୟ ଉପରେ ତଥ୍ୟ ମିଳିପାରିବ । ସେ ବ୍ୟକ୍ତିତ୍ୱ ହେଉ ପ୍ରସଙ୍ଗ କିମ୍ବା ବିଭିନ୍ନ ବିଷୟ ଉପରେ ପୃଷ୍ଠା ସୃଷ୍ଟି କକିବା କିମ୍ବା ସଂପାଦନ କରିବା ।
Comments are closed.