ଚତୁର୍ଥ କକ୍ଷପଥରେ ପହଞ୍ଚିଲା ଚନ୍ଦ୍ରଯାନ-୩

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଇସ୍ରୋ ଆରମ୍ଭ କରିଛି ଚନ୍ଦ୍ରଯାନ-୩ ମିଶନ । ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଗୁରୁବାର ଚନ୍ଦ୍ରଯାନ-୩ ମହାକାଶଯାନର ଚତୁର୍ଥ କକ୍ଷପଥ ବଢ଼ାଇବା କାର୍ୟ୍ୟ ସଫଳତାର ସହ ସମ୍ପନ୍ନ କରିଛି। ବୁଧବାର ତୃତୀୟ କକ୍ଷପଥ ପରିବର୍ତ୍ତନ କରାଯାଇଥିଲା। ଇସ୍ରୋ ଟ୍ବିଟ୍ କରି ଜଣାଇଛି ଯେ, ଚନ୍ଦ୍ରଯାନ-୩ର ଚତୁର୍ଥ କକ୍ଷପଥ ବୃଦ୍ଧି କରି ଏହାକୁ ଚନ୍ଦ୍ରର ଆଉ ଏକପାଦ ନିକଟତର କରାଯାଇଛି। ଏହାର ପରବର୍ତ୍ତୀ ସମ୍ପ୍ରସାରଣ ଜୁଲାଇ ୨୫ରେ କରାଯିବ।

ଜୁଲାଇ ୧୪ରେ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏକ ଏଲ୍‌ଭିଏମ୍‌୩-ଏମ୍‌୪ ରକେଟରେ ଚନ୍ଦ୍ରଯାନ-୩କୁ ସଫଳତାର ସହ ଉତ୍‌କ୍ଷେପଣ କରିଥିଲା। ଅପରାହ୍ଣ ୨ଟା ୩୫ରେ ଲିଫ୍ଟ ଅଫ୍ ହେବାର ୧୭ ମିନିଟ୍ ପରେ ଏହା ନିର୍ଦ୍ଦିଷ୍ଟ କକ୍ଷପଥରେ ସ୍ଥାପିତ ହୋଇଥିଲା।

Leave A Reply

Your email address will not be published.